Entertainment

କଙ୍ଗନାଙ୍କ ଆଗରେ ମୁଣ୍ଡ ନୁଆଁଇଲା କର୍ନୀ ସେନା

  •  
  • 2
  •  
  •  
  •  
  •  
  •  
    2
    Shares

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଧମକ ଆଗରେ ମୁଣ୍ଡ ନୁଆଁଇଛି କର୍ନି ସେନା। ‘ମଣିକର୍ଣ୍ଣିକା: ଦ କ୍ୱିନ୍‌ ଅଫ୍‌ ଝାନ୍ସି’ ଫିଲ୍ମ ବିରୋଧରେ ହେଉଥିବା ପ୍ରଦର୍ଶନରେ କର୍ନି ସେନା ସାମିଲ ହେବ ନାହିଁ ବୋଲି ଜଣାପଡିଛି। କର୍ନି ସେନାର ରାଷ୍ଟ୍ରିୟ ପ୍ରବକ୍ତା ଡା. ହିମାଂଶୁ ଏହା କହିଛନ୍ତି। କର୍ନି ସେନାଙ୍କ ଆଗରେ ନଇଁବି ନାହିଁ ବୋଲି କଙ୍ଗନା କହିବାର ଗୋଟିଏ ଦିନ ପରେ ସେନା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଥିଏଟରରେ ରିଲିଜ ହେବା ପୂର୍ବରୁ ମଣିକର୍ଣ୍ଣିକାର ବିଷୟବସ୍ତୁ ପ୍ରଦର୍ଶନ ନ କରାଇଲେ ଏହାକୁ ବିରୋଧ କରାଯିବ ବୋଲି କର୍ନି ସେନା ଧମକ ଦେଇଥିଲା। କର୍ନି ସେନାର ମହାରାଷ୍ଟ୍ର ଶାଖା ପକ୍ଷରୁ ଏହି ଫିଲ୍ମ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାଦେଖି କଙ୍ଗନା କହିଥିଲେ, ୪ଜଣ ଐତିହାସିକ ‘ମଣିକର୍ଣ୍ଣିକା’କୁ ପ୍ରମାଣପତ୍ର ଦେଇସାରିଛନ୍ତି। ସେନସର ବୋର୍ଡର ସାର୍ଟିଫକେଟ ମଧ୍ୟ ମିଳିଛି। ତେଣୁ ଫିଲ୍ମକୁ ନେଇ ଆପତ୍ତି ଉଠିଲେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। କର୍ନି ସେନା ପୂର୍ବରୁ ୨୦୧୮ରେ ଫିଲ୍ମ ପଦ୍ମାବତକୁ ମଧ୍ୟ ବିରୋଧ କରିଥିଲା।  ସୂଚନାଯୋଗ୍ୟ, ଐତିହାସିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ରାଣୀ ଲକ୍ଷ୍ମୀବାଇଙ୍କ ଜଣେ ବ୍ରିଟିସ୍‌ ଅଫିସରଙ୍କ ସହ ସମ୍ପର୍କ ରଖିଥିବା ଏଥିରେ ଦର୍ଶାଯାଇଛି।

  •  
    2
    Shares
  •  
  • 2
  •  
  •  
  •  
  •  
Loading...

Join The Discussion

Loading...