Entertainment

ଏହି ନାୟିକା ନିଜ ଅଭିନୀତ ଫିଲ୍ମ ଦେଖନ୍ତିନି, କାହିଁକି ଜାଣନ୍ତୁ

  •  
  •  
  •  
  •  
  •  
  •  
  •  

ବଲିଉଡର ହଟ୍‌ ହିରୋଇନ୍‌ ଦିଶା ପଟାନି ଏବେ ସଲମାନ୍‌ ଖାନ୍‌ ଷ୍ଟାରର୍‌ ଫିଲ୍ମ ‘ଭାରତ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ ଚର୍ଚ୍ଚାରେ ଅଛନ୍ତି। ତେଣେ ବଲିଉଡର ଜଣାଶୁଣା ନାୟକ ଟାଇଗର ଶ୍ରଫ୍‌ଙ୍କ ଗର୍ଲଫ୍ରେଣ୍ଡ ଭାବେ ମଧ୍ୟ ଚର୍ଚ୍ଚିତା ଦିଶା ପଟାନି। ଦିଶା ପଟାନି ୨୦୧୫ରେ ତେଲୁଗୁ ଫିଲ୍ମ‘ଲୋଫର୍‌’ରେ ଅଭିନୟ କରି କ୍ୟାରିଅର୍‌ର ଶୁଭାରମ୍ଭ କରିଥିଲେ। ଏହାପରେ ତାଙ୍କୁ ୨୦୧୬ରେ  ରିଲିଜ୍‌ ହୋଇଥିବା ସିନେମା‘ମହେନ୍ଦ୍ର ସିଂହ ଧୋନି’ବାୟୋପିକ୍‌ରେ ଦେଖିବାକୁ ମିଳିଥିଲା। ଏତଦ୍‌ବ୍ୟତୀତ ଦିଶା ‘କୁଙ୍ଗେ ଫୁ ଯୋଗା’ଓ ‘ବାଗୀ-୨’ରେ ମଧ୍ୟ ନାୟିକା ଭୂମିକା ନିଭାଇଛନ୍ତି। ଦିଶାଙ୍କ କହିବା ଅନୁଯାୟୀ ତାଙ୍କ ଅଭିନୀତ ଚାରିଟି ସିନେମା ରିଲିଜ୍‌ ହୋଇସାରିଛି,ହେଲେ ସେ କୌଣସିଟି ଦେଖିନାହାଁନ୍ତି।ଏଭଳି କଥା ଶୁଣିଲେ ଯେ କେହି ବିସ୍ମିତ ହେବେ। ସେ କହନ୍ତି ଯେ,ଅଭିନୟ ମାମଲାରେ ସେ ନିଜକୁ ଜଜ୍‌ କରିପାରନ୍ତି ନାହିଁ। ସେ ଖୁବ୍‌ ନର୍ମାଲ୍‌ ସ୍ୱଭାବର। ଏହି କାରଣରୁ କା’ଳେ ନିଜ ଅଭିନୟକୁ ଦେଖି ଲଜ୍ଜିତ ହେବେ ବୋଲି ଭାବି ନିଜ ଅିଭନୀତ ସିନେମା ଦେଖନ୍ତି ନାହିଁ ବୋଲି କହିଛନ୍ତି ଦିଶା ପଟାନି।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...