Entertainment

ଏହି ଦୁନିଆକୁ ଈଶାଙ୍କ ଲେଉଟାଣି

  •  
  • 1
  •  
  •  
  •  
  •  
  •  
    1
    Share

ପ୍ରାୟ ୩ ବର୍ଷ ପୂର୍ବେ ଟିସିରିଜ୍ର ହିଟ୍ ସିଙ୍ଗଲ୍ ମ୍ୟୁଜିକ୍ ଭିଡିଓ ‘ମେଁ ରହୁ ୟା ନା ରହୁଁ’ରେ ନଜର୍ ଆସିଥିଲେ ବୋଲ୍ଡ ଆଣ୍ଡ୍ ହଟ୍ ଅଭିନେତ୍ରୀ ଈଶା ଗୁପ୍ତା । ଦୀର୍ଘ ବର୍ଷର ବ୍ୟବଧାନ ପରେ ସେ ପୁଣିଥରେ ଲେଉଟାଣି କରିଛନ୍ତି ମ୍ୟୁଜିକ୍ ଭିଡିଓ ଦୁନିଆକୁ । ଏଥର ତାଙ୍କର ଏକ ନୂଆ ମ୍ୟୁଜିକ୍ ଆଲବମ୍ ରିଲିଜ୍ ହୋଇଛି । ଏହାର ନାମ ରଖାଯାଇଛି ‘ଗେଟ୍ ଡର୍ଟି’ । କୁହାଯାଉଛି ଏଥିରେ ଧମାକଦାର୍ ଡ୍ୟାନ୍ସ ଭିଡିଓ ଦେଖିବାକୁ ପାଇବେ ଦର୍ଶକ । ଡ୍ୟାନ୍ସ ଟ୍ରାକ୍ରେ ଈଶାଙ୍କ କମାଲ୍ ଠୁମ୍କା ଆପଣଙ୍କୁ ଦିୱାନା କରିପାରେ । ଗୀତରେ ପଞ୍ଜାବୀ ତଥା ଇଂରାଜୀ ଶବ୍ଦର ଉଚ୍ଚାରଣ ହୋଇଛି । ଗୌରବ ଦାସଗୁପ୍ତା ତଥା ଇଶିକା ବକ୍ସି ଏଥିରେ କଣ୍ଠଦାନ କରିଛନ୍ତି । କିଛି ଦିନ ତଳେ ଆଲବମ୍ର ଲଞ୍ôଚଂ ସମୟରେ ଈଶା ବେଶ୍ ଉତ୍ସାହିତ ଥିବା ଜଣାପଡୁଥିଲେ । ଏହି ମ୍ୟୁଜିକ୍ ଭିଡିଓ ବିଷୟରେ ଈଶା କହିଛନ୍ତି, ଗୀତ ଶୁଣିବା ମାତ୍ରକେ ପାଦ ଆପେ ଆପେ ନାଚିଉଠିବ । କହିବାକୁ ଗଲେ, ଏହି ଗୀତ ଫ୍ରେଶ୍ ଏନର୍ଜିର ଭିଡିଓ । ଭିଡିଓ ଶୁଟିଂ ବେଳେ ସେ ମନଭରି ଏହାର ଆନନ୍ଦ ଉଠାଇଛନ୍ତି । ଏଣୁ ଗୀତର ରିଲିଜ୍ ଏବଂ ଏହାର ସଫଳତା ଉପରେ ସେ ପୂରା ବିଶ୍ୱାସ ରଖିଛନ୍ତି ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...