Entertainment

ଏହି କାମ ଶିଖୁଛନ୍ତି ଆଦା

  •  
  • 1
  •  
  •  
  •  
  •  
  •  
    1
    Share

ଆଦା ଶର୍ମା ଏବେ ଗୋଟିଏ କାମରେ ବ୍ୟସ୍ତ। ସୀମିତ ସମୟ ଭିତରେ ଏହି କାମକୁ ଯେମିତି ହେଲେ ଶେଷ କରିବାକୁ ପଡିବ। ତାହା କ’ଣ ଜାଣନ୍ତି ? ଗଛ ଚଢ଼ା। ହେଲେ କ’ଣ ଏମିତି ଦରକାର ପଡିଲା ଯେ ସେ ଗଛ ଚଢ଼ା ଶିଖୁଛନ୍ତି। ଏବେ ଆଦା  ଏକ ଆକ୍ସନ ଥ୍ରୀଲର ହିନ୍ଦୀ ସିନେମା ‘କମାଣ୍ଡୋ ୩’ରେ ଅଭିନୟ କରୁଛନ୍ତି। ଏଥିରେ ତାଙ୍କୁ ଗଛ ଚଢ଼ିବାକୁ ପଡିବ। ଅର୍ଥାତ୍‌, ଯେଉଁ କଥାକୁ ସେ ପିଲାଦିନରୁ ଡରନ୍ତି ଏବେ ସେହି କାମ କରିବାକୁ ପଡିବ। ଯେହେତୁ ଆକ୍ଟିଂ ସହ ଏହା ଜଡିତ ତେଣୁ ସାହସର ସହ ଗଛ ଚଢ଼ିବା ଶିଖୁଛନ୍ତି। ପୁଣି ଏଭଳି ଫଟୋକୁ ସେ  ତାଙ୍କର ସୋସିଆଲ ସାଇଟ୍‌ରେ ପୋଷ୍ଟ କରିଛନ୍ତି। ଏ ବିଷୟରେ ଆଦ୍ୟା କହନ୍ତି, ‘ଏହି ଫିଲ୍ମରେ ମୋ ଭୂମିକାଟି ହେଲା ଭାବନା ରେଡ୍ଡୀ।’ ଏଭଳି ଏକ ଆକ୍ସନ ଥ୍ରୀଲର ଫିଲ୍ମ ମୋ କ୍ୟାରିୟରକୁ ବେଶ୍‌ ମାଇଲେଜ ଦେବ ଆଶା ରହିଛି।’  ‘କମାଣ୍ଡୋ ୩’ରେ ଆଦାଙ୍କ ଅପୋଜିଟ୍‌ରେ ଅଛନ୍ତି ବିଦ୍ୟୁତ ଜାମଓ୍ବାଲ। ଏହାର ଶୁଟିଂ ଏବେ ଲଣ୍ଡନରେ ଚାଲୁ ରହିଛି। ଏହି ଫିଲ୍ମ ବ୍ୟତୀତ ତାଙ୍କୁ ତାମିଲ ଫିଲ୍ମରେ ବ୍ରେକ୍‌ ମିଳିଛି, ଯାହାର ଟାଇଟଲ ରହିଛି ‘ଚାର୍ଲି ଚାପଲିନ୍‌ ୨’। ଲୋକପ୍ରିୟ ଅଭିନେତା ତଥା ପ୍ରଯୋଜକ ପ୍ରଭୁଦେବାଙ୍କ ସହ ତାଙ୍କୁ ଏଥିରେ ଦେଖିବାକୁ ମିଳିବ। ୨୦୦୨ରେ ରିଲିଜ ହୋଇଥିବା ପ୍ରଭୁଦେବାଙ୍କ ‘ଚାର୍ଲି ଚାପଲିନ୍‌’ର ଏହା ହେଉଛି ସିକୁଏଲ୍‌।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...