Entertainment

ଆହାନଙ୍କୁ ସାଜିଦ ମେସେଜ କରିଥିଲେ… ତମେ ବିକିନିରେ ବହୁତ ହଟ୍ ଲାଗୁଚ

  •  
  • 3
  •  
  •  
  •  
  •  
  •  
    3
    Shares

ମିଠୁ’ ଅଭିଯାନରେ ଯୌନ ଶୋଷଣର ଯେଉଁ ନିଆଁ ଲାଗିଛି ସାରା ଦେଶରେ, ସେଥିରେ ଘିଅ ଢାଳିଛନ୍ତି ଅଭିନେତ୍ରୀ ଆହନା କୁମ୍ରା । ଆହନା ଅଭିଯୋଗ କରିଛନ୍ତି ନିର୍ଦ୍ଦେଶକ ସାଜିଦ୍ ଖାନ୍ଙ୍କ ନାଁରେ । ଏକ ପତ୍ରିକାକୁ ସାକ୍ଷାତକାର ଦେବା ଅବସରରେ ଆହନା କରିଛନ୍ତି, ସାଜିଦ୍ ତାଙ୍କୁ ଘରକୁ ଡାକି ସେକ୍ସ ସମ୍ବନ୍ଧିତ ପ୍ରଶ୍ନ ସବୁ ପଚାରିଥିଲେ । ଆହନାଙ୍କ କହିବାନୁସାରେ, ବର୍ଷକ ତଳେ ସାଜିଦ୍ଙ୍କ ସହ ଦେଖା ହୋଇଥିଲା । ସାଜିଦ୍ ଜଣେ ବାଜେ ଲୋକ ବୋଲି ଜାଣିଥିଲେ ହେଁ ସେ ତାଙ୍କ ସହ ଯିବାକୁ ରାଜି ହେଲେ । ମାତ୍ର ସେ ତାହା କଲେ, ଯାହା ସଲୋନି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ବୋଲି କହିଛନ୍ତି ଆହନା । ସାଜିଦ୍ ତାଙ୍କୁ ଏକ ଅଳ୍ପ ଆଲୋକ ଥିବା ଘରକୁ ଡାକିନେଇ ତାଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ । ତାଙ୍କ ମା’ ଜଣେ ପୋଲିସ୍ ଅଫିସର୍ ବୋଲି ଆହନା କହିଥିଲେ ହେଁ ସଚେତନ ହୋଇନଥିଲେ ସାଜିଦ୍ । ଏହାପରେ ସେ ଆହନାଙ୍କୁ
ପଚାରିଥିଲେ, ‘ଶହେ କୋଟି ଟଙ୍କା ଦେଲେ ତମେ କୁକୁର ସହିତ ଅପ୍ରାକୃତିକ ଯୌନକ୍ରିୟା କରିବ କି?’ ଆଉ ଥରେ ସାଜିଦ୍ ‘ତମେ ବିକିନିରେ ବହୁତ ହଟ୍ ଲାଗୁଚ’ ବୋଲି ମେସେଜ୍ କରିଥିଲେ ବୋଲି କହିଛନ୍ତି ଆହନା । ସୂଚନାଯୋଗ୍ୟ ଆହନାଙ୍କ ବ୍ୟତୀତ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣ ମହିଳା ସାଜିଦ୍ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିସାରିଛନ୍ତି ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...