Home ଜ୍ୟୋତିଷ ପ୍ରଭୁ ଶିବଙ୍କଠାରେ ଏହି ସବୁ ଜିନିଷ ଅର୍ପଣ କରନ୍ତୁ ନାହିଁ

ପ୍ରଭୁ ଶିବଙ୍କଠାରେ ଏହି ସବୁ ଜିନିଷ ଅର୍ପଣ କରନ୍ତୁ ନାହିଁ

ସୋମବାରକୁ କୁହାଯାଏ ଶିବଙ୍କ ବାର। ଶିବପୁରାଣ ଅନୁଯାୟୀ ଏହି ଦିନ ମହାଦେବଙ୍କ ଆରାଧନା କଲେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। ତେଣୁ ମହାଦେବଙ୍କୁ ଖୁସି କରିବା ପାଇଁ ଭକ୍ତମାନେ ଏହି ଦିନ ବିଭିନ୍ନ ପ୍ରକାର ଜିନିଷ ଅର୍ପଣ କରନ୍ତି।  ହେଲେ ଆପଣ ଜାଣନ୍ତି ଅନେକ ଜିନିଷ ଏପରି ଅଛି ଯାହା ଶିବଲିଙ୍ଗ ଉପରେ ଅର୍ପଣ କଲେ ଭଗବାନ ରୁଷ୍ଠ ହୋଇଥାନ୍ତି। ଫଳରେ ଆପଣଙ୍କ ଉପରେ ରୁଦ୍ରଦେବଙ୍କ କୋପ ପଡ଼ିବାର ଆଶଙ୍କା ରହିଥାଏ। ତେବେ ଆସନ୍ତୁ ଜାଣିବା ଶିବଙ୍କ ପୂଜା ସମୟରେ କେଉଁ ଜିନିଷର ବ୍ୟବହାର କରିବା ଉଚିତ ନୁହେଁ।

୧) ଯେଉଁ ତ୍ରିଶାଖା ବେଲପତ୍ର ଆପଣ ଶିବଲିଙ୍ଗ ଉପରେ ଚଢ଼ାଉଛନ୍ତି ତାହା ତାଜା ଓ ଅକ୍ଷୁର୍ଣ୍ଣ ରହିଥିବା ଉଚିତ, ଅର୍ଥାତ ପତ୍ରରେ କଣା କିମ୍ୱା ପତ୍ରଟି ଚିରା କି ଫଟା ନହୋଇଥିବା ଦରକାର। ଅନେକ ସମୟରେ ଦେଖାଯାଏ ବେଲପତ୍ରରେ ଲାଗିଥିବା ଡେମ୍ଫକୁ ଆମେ ନଛିଣ୍ଡାଇ ଶିବଲିଙ୍ଗ ଉପରେ ଚଢାଇଥାଉ। କିନ୍ତୁ ଏପରି କରିବା ଅନୁଚିତ୍।

୨) ତୁଳସୀ ପତ୍ରର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି। ପ୍ରାୟ ସବୁ ଶୁଭ କର୍ମରେ ତୁଳସୀ ପତ୍ର ବ୍ୟବହାର ହୁଏ। ହେଲେ ମନେ ରଖନ୍ତୁ ଭୋଳାନାଥଙ୍କ ପାଖରେ କେବେ ହେଲେ ବି ତୁଳସୀ ପତ୍ର ଅର୍ପଣ କରିବେ ନାହିଁ। ଏପରି କଲେ ଆପଣଙ୍କ ପୂଜା ଓ ମନଷ୍କାମନା ପୂରଣ ହେବ ନାହିଁ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...