Astrology

ଶ୍ରାବଣ ମାସରେ ଶିବଙ୍କୁ ଏହି ଦ୍ରବ୍ୟ ଅର୍ପଣ କରନ୍ତୁ

  •  
  • 4
  •  
  •  
  •  
  •  
  •  
    4
    Shares

ଶ୍ରାବଣ ମାସର ପ୍ରଥମ ସୋମବାର ଆଜି ଠାରୁ ଆରମ୍ଭ ହୋଇଯାଇଛି। ଶ୍ରାବଣ ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ଶିବଙ୍କୁ ତାଙ୍କ ମନଲାଖି ଦ୍ରବ୍ୟ ଚଢାଇବା ଦ୍ୱାରା ପ୍ରସନ୍ନ ହୋଇଥାନ୍ତି। ଆସନ୍ତୁ ଜାଣିବା ଏହି ଦିନ ଶିବଙ୍କୁ କେଉଁ ଦ୍ରବ୍ୟ ଚଢାଇବା ଉଚିତ ..ବେଲପତ୍ର ସର୍ବଦା ଭଗବାନ ଶିବଙ୍କର ପ୍ରିୟ ଅଟେ। ଏହାକୁ ସୋମବାର ଦିନ ଶିବ ଲିଙ୍ଗରେ ଚଢାଇବା ଦ୍ୱାରା ଅନେକ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଶ୍ରାବଣ ମାସରେ ଶିବ ଲିଙ୍ଗରେ ଜଳାଭିଷେକ କରିବା ପୂର୍ବରୁ ସୂର୍ଯ୍ୟଙ୍କୁ ଜଳାଭିଷେକ କରନ୍ତୁ। ତମ୍ବାର ପାତ୍ରରେ ଗଙ୍ଗାଜଳ ସହ ଚନ୍ଦନ ମିଶାଇ ଶିବଲିଙ୍ଗରେ ଜଳ ଚଢାନ୍ତୁ।
ଶିବ ଲିଙ୍ଗରେ କ୍ଷୀର ଚଢାନ୍ତୁ। ଏହା ସହ ଶିବଲିଙ୍ଗରେ ଆଖୁ ରସ ଚଢାଇବା ଦ୍ୱାରା ସମସ୍ତ ପ୍ରକାର ସୁଖ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଏହି ଦ୍ରବ୍ୟ ଚଢାନ୍ତୁ ନାହିଁ:
ହଳଦୀ: ବେଳେବେଳେ ଦେଖା ଯାଇଥାଏ ଯେ କେତେକ ବ୍ୟକ୍ତି ଶିବଲିଙ୍ଗରେ ହଳଦୀ ଚଢାଇଥାନ୍ତି। ଏପରି କରିବା ଦ୍ୱାରା ଶିବ କ୍ରୋଧିତ ହୋଇଥାନ୍ତି। ହଳଦୀ ବିଷ୍ଣୁଙ୍କୁ ଚଢାଇବା ଉଚିତ।ଚାଉଳ: ଭଗବାନ ଶିବଙ୍କୁ ଗୋଟା ଚାଉଳ ଅର୍ପଣ କରାଯାଇଥାଏ। କିନ୍ତୁ ଭାଙ୍ଗି ଯାଇଥିବା ଚାଉଳକୁ ଭୁଲରେ କେବେ ବି ଅର୍ପଣ କରନ୍ତୁ ନାହିଁ। କାରଣ ଭାଙ୍ଗି ଯାଇଥିବା ଚାଉଳ ଅପୂର୍ଣ୍ଣ ଓ ଅଶୁଦ୍ଧ ହୋଇଥାଏ।
ସିନ୍ଦୁର: ସିନ୍ଦୁର ସୌଭାଗ୍ୟର ପ୍ରତୀକ ହୋଇଥାଏ। ଭଗବାନ ଶିବ ବୈରାଗୀ ଅଟନ୍ତି। ତେଣୁ ଭଗବାନ ଶିବଙ୍କୁ କେବଳ ଚନ୍ଦନ ଲଗାଇବା ଉଚିତ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...