Astrology

ରାମାୟଣରେ ଭରତଙ୍କର ମାତାଙ୍କୁ “ଦୟାହୀନା ନାରୀ’ କହନ୍ତି, ବାସ୍ତବରେ ସେ କ’ମ ତାହା ଥିଲେ କି ?

ଭାରତଙ୍କର ମାତା କୈକେୟୀ ନା ଦୟାହୀନ ଥିଲେ ନା ସ୍ୱାର୍ଥୀ । ସେ ରାମଙ୍କୁ ଭରତଙ୍କଠାରୁ ଅଧିକ ଭଲ ପାଉଥିଲେ । ସେ ଦାସୀ ମନ୍ଥରାର କୁ-ପରାମର୍ଶରେ ଭରତଙ୍କର ଭବିଷ୍ୟତ ଉଜ୍ୱଳ କରିବା ପାଇଁ ଭରତଙ୍କ ପାଇଁ ରାଜଗାଦୀ ଓ ରାମଙ୍କ ପାଇଁ ଚଉଦବର୍ଷ ବନବାସ ମାଗିଲେ, ତାପରେ ସେ ବରଦାନ ମାଗିବା ଦ୍ୱାରା ଲୋକ କଲ୍ୟାଣ ହେଲା । ଯଦି ସେ ରାମଙ୍କ ପାଇଁ ଚଉଦବର୍ଷ ବନବାସ ନ ମାଗିଥାଆନ୍ତେ ତେବେ ରାମଙ୍କ ସାଥିରେ ସୀତା ବନବାସ ଯାଇନଥାନ୍ତେ, ନା ଲକ୍ଷ୍ମଣଙ୍କ ଦ୍ୱାରା ସୁର୍ପଣଖାର ନାକ-କାନ କାଟି ନଥାନ୍ତେ, ନା ଛଳ କରି ରାବଣ ସୀତାଙ୍କୁ ଅପହରଣ କରିନଥାନ୍ତେ । ଯଦି ସୀତାଙ୍କ ଅପହରଣ ହୋଇନଥାନ୍ତା ତେବେ ରାମ-ରାବଣ ଯୁଦ୍ଧ ହୋଇନଥାନ୍ତା ଏବଂ ମହା ଅତ୍ୟାଚାରୀ ରାବଣର ମୃୁତ୍ୟ ହୋଇନଥାନ୍ତା । ଜାଣିଶୁଣି ହେଉ ଅଥବା ଅଜଣାରେ ହେଉ ସେ ରାମଙ୍କ ପାଇଁ ବନବାସ ମାଗିଲେ । ଯେଉଁ ପରିଣାମ ସ୍ୱରୂପ ଲୋକମାନଙ୍କ ପାଇଁ କଲ୍ୟାଣକାରୀ ହେଲା ।

Loading...

Join The Discussion

Loading...