Astrology

ବାସ୍ତୁଶାସ୍ତ୍ର ଅନୁଯାୟୀ ନୂତନ ଗୃହକୁ ପ୍ରବେଶ କରିବେ କେବେ ?

  •  
  • 8
  •  
  •  
  •  
  •  
  •  
    8
    Shares

ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା । ଗୃହଟିଏ ନିର୍ମାଣ କରି ମନରେ କେତେ ସ୍ୱପ୍ନ କେତେ ଆନନ୍ଦ ନେଇ ବାସ କରିବାକୁ ଯାଉଛନ୍ତି । ତେଣୁ ଗୃହରେ ପ୍ରଥମ ପ୍ରବେଶ ଦିନଟି ଏପରି ଶୁଭରେ ହେବା ଦରକାର ତାହା କର୍ତ୍ତା ନିମନ୍ତେ ଚିରଦିନ ପର୍ଯ୍ୟନ୍ତ ଆନନ୍ଦ ଦେଇ ଆସୁଥିବ । ତାହା ନିମ୍ନରେ ପ୍ରଦତ୍ତ କରୁଅଛି ।
୧. ଜୁନ୍ ୨୨ ତାରିଖ ଠାରୁ ଡିସେମ୍ବର ୨୨ ତାରିଖ, ଏହି ସମୟରେ ମଧ୍ୟ ଗୃହ ଶ୍ରେଷ୍ଠ ସୂର୍ଯ୍ୟଙ୍କର ଉତ୍ତରାୟଣ ହୋଇଥାଏ । ଗୃହର କର୍ତ୍ତା ତଥା ଅନ୍ୟ ସଦସ୍ୟଙ୍କର ଶୁଭ ଚାହୁଁଥିଲେ ତାହା ହେଲେ ଉପରୋକ୍ତ ସମୟ ମଧ୍ୟରେ ଶୁଭ ସମୟ ଦେଖି ନୂତନ ଗୃହକୁ ପ୍ରବେଶ କରିବା ଉଚିତ ।
ଗୃହ ପ୍ରବେଶ ଶୁଭ ନକ୍ଷତ୍ର
ତାହା ହେଲା-ପୁନର୍ବସୁ, ଶତଭିଷା, ମୃଗଶିରା, ସ୍ୱାତୀ, ରୋହିଣୀ, ହସ୍ତା, ରେବତୀ, ଉତ୍ତରା ଭାଦ୍ରପଦ, ମୂଳା, ଉତ୍ତରାଷାଢା, ଧନିଷ୍ଠା, ମଘା ନକ୍ଷତ୍ରମାନ ।
ଗୃହ ପ୍ରବେଶ ଶୁଭ ଲଗ୍ନ
ତାହା ହେଲା-କନ୍ୟା, କୁମ୍ଭ, ବୃଷ, ବିଛା, ସିଂହ, ମିଥୁନ, ଲଗ୍ନ-ଏପରି ଶୁଭ ଲଗ୍ନ ଭୋଗ ସମୟରେ ଗୃହକୁ ପ୍ରବେଶ କରିବା ଉଚିତ୍ ।
ଗୃହ ପ୍ରବେଶ ଶୁଭବାର
ତାହା ହେଲା-ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର । ଏପରି ଶୁଭାବର ଦେଖି ନୂତନ ଗୃହକୁ ପ୍ରବେଶ କରିବେ ।
ଗୃହ ପ୍ରବେଶ ଅଶୁଭ
ଗୃହ ପ୍ରବେଶ ସମୟରେ ବୈଧୃତ ଓ ବ୍ୟତିପାତ ଯୋଗକୁ ସଂପୂର୍ଣ୍ଣ ଭାବରେ ପରିତ୍ୟାଗ କରିବ ।

  •  
    8
    Shares
  •  
  • 8
  •  
  •  
  •  
  •  
Loading...

Join The Discussion

Loading...