Astrology

ଏହି ରାଶିର ଝିଅ ଘର ପାଇଁ ସର୍ବଗୁଣାସମ୍ପର୍ଣ୍ଣା ପତ୍ନୀ ହୁଅନ୍ତି?

ଜଣେ ବ୍ୟକ୍ତି ପାଇଁ ମାନସମ୍ମାନ ହେଉଛି ଦୁନିଆର ସବୁଠାରୁ ବଡ ଜିନିଷ । ଟଙ୍କା ଏବଂ ସଫଳତା ଠାରୁ ମାନସମ୍ମାନ ବହୁତ ଉପରେ ବୋଲି ଅନେକ ଲୋକ ମାନନ୍ତି । ନିଜର କାମ ଓ ଶ୍ରମ ପାଇଁ ଆମେ କିଛି ବ୍ୟକ୍ତିଙ୍କୁ ସମ୍ମାନ କରୁ । ଆଜି ଜାଣିବା ଏମିତି କିଛି ରାଶି ଝିଅଙ୍କ ବିଷୟରେ ଯେଉଁମାନେ ଘର ପାଇଁ ସର୍ବଗୁଣାସମ୍ପର୍ଣ୍ଣା ପତ୍ନୀ ହେବା ସହିତ ଅନେକ ମାନସମ୍ମାନର ଅଧିକାରୀ ।

୧.କନ୍ୟା:
କନ୍ୟାରାଶିର ଝିଅ ସବୁବେଳେ ନିଜ ମର୍ଯ୍ୟାଦା ଓ ସମ୍ମାନ ଜଗି କାମ କରିବାକୁ ପସନ୍ଦ କରନ୍ତି । କୌଣସି ପରିସ୍ଥିତିରେ କାହାକୁ ଭୁଲ କଥା କହି କିମ୍ବା ଅପମାନ କରନ୍ତି ନାହିଁ । ଏମାନେ ମଧ୍ୟ ଦାନ ଧର୍ମ କରିବାରେ ବିଶ୍ୱାସ ରଖନ୍ତି । କନ୍ୟାରାଶିର ଝିଅ ବିବାହ ପରେ ନିଜ ସ୍ୱାମୀ ଓ ପରିବାରକୁ ଖୁଶିରେ ରଖନ୍ତି ।

Loading...

୨.କର୍କଟ:
କର୍କଟରାଶିର ଝିଅ ନିଜ ସମ୍ପର୍କକୁ ସାରା ଜୀବନ ଅତି ନିସ୍ଵାର୍ଥପର ଭାବେ ପାଳନ କରନ୍ତି। ନିଜ କଥା ଉପରେ ଏମାନଙ୍କ କଣ୍ଟ୍ରୋଲ ଥାଏ। ନିଜ ହିସାବରେ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତି । ପରିବାର ଓ ଶାଶୂଘରର ଖୁସି ପାଇଁ ଏମାନେ ନିଜ ଖୁସିକୁ ତ୍ୟାଗ କରି ଦିଅନ୍ତି ।

୩.ବିଛା:
ବିଛା ରାଶିର ଝିଅଙ୍କୁ ବିବାହ ପରେ ବ୍ୟକ୍ତି ଗର୍ବ ଅନୁଭବ କରନ୍ତି। କାରଣ ଏମାନେ ବହୁତ ତ୍ୟାଗୀ ଓ ଗୁଣବାନ ଅଟନ୍ତି। କାହା ମନରେ ଏମାନେ କେବେ ଦୁଃଖ ଦିଅନ୍ତି ନାହିଁ।

୪.କୁମ୍ଭ:
କୁମ୍ଭ ରାଶିର ଝିଅ ମାନେ ବହୁତ ସଂସ୍କାରୀ ହୋଇଥାନ୍ତି । ନିଜକୁ ଯେତେ କଷ୍ଟ ହେଉନା କାହିଁକି ସବୁବେଳେ ଅନ୍ୟର ଖୁସି ଚାହାଁନ୍ତି। ବୁଝି ବିଚାରି କାମ କରିବାକୁ ପସନ୍ଦ କରନ୍ତି । କୁମ୍ଭ ରାଶିର ଝିଅ ଭଲ ଜୀବନ ସାଥି ହେଇଥାନ୍ତି।

Loading...

Join The Discussion

Loading...