ଗୟା ଭାରତବର୍ଷର ଅନ୍ୟତମ ପବିତ୍ର ମୋକ୍ଷ ଧାମ । ଏଠାରେ ବିଧି ବିଧାନ ପୂର୍ବକ ପିଣ୍ଡଦାନ କଲେ ସ୍ୱର୍ଗରେ ଥିବାପିତୃପୁରୁଷ ବ୍ରହ୍ମଲୋକ ପ୍ରାପ୍ତ ହୋଇଥାନ୍ତି । ମଳମାସରେ, ପବିତ୍ର ତିଥିରେ, ବୃହସ୍ପତି ବାସରେ ଯେଉଁ ବ୍ୟକ୍ତି ଗୟା ଧାମରେ ଶ୍ରାଦ୍ଧ ଦିଏ ସେ ଯଶସ୍ୱୀ ହୁଏ । ତା’ର ବଂଶ ଯୁଗ ଯୁଗକୁ ମୋକ୍ଷ ହୋଇଯାଏ । ଗୟା ତୀର୍ଥରେ ବ୍ରହ୍ମଚାର୍ଯ୍ୟ ବ୍ରତ ପାଳନ କଲେ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ । ଗୟା ଧାମର ଅକ୍ଷୟ ବଟ ନିକଟରେ ପିତୃକୁଳ ଲାଗି ଶ୍ରାଦ୍ଧ ଦେଲେ ଉଭୟ ପିତୃକୁଳ ଓ ମାତୃକୁଳ ମୋକ୍ଷ ହୋଇଥାନ୍ତି ।
Loading...