Astrology

କୁକୁରର କ’ଣ ଦିବ୍ୟ ଦୃଷ୍ଟି ଅଛି କି ?

କୁକୁରର ଦିବ୍ୟଦୃଷ୍ଟି ହେବାର ତାତ୍ପର୍ଯ୍ୟ ହେଉଛି ତା’ର ଚିହ୍ନିବା ଶକ୍ତି । ମନେ କରନ୍ତୁ ଆପଣ ଅନ୍ଧାର ରାତିରେ କେଉଁଠାରୁ ଆସୁଛନ୍ତି । ଆପଣ କିଛି କୁହନ୍ତୁ ବା ନକୁହନ୍ତୁ, ଆପଣ ଚୁପଚାପ ଆସୁଥିଲେ ମଧ୍ୟ ଆପଣଙ୍କର କୁକୁର ଆପଣଙ୍କୁ ଚିହ୍ନିଯିବ । କିନ୍ତୁ ଆପଣଙ୍କ ସ୍ଥାନରେ ଯଦି କୌଣସି ବାହାର ବ୍ୟକ୍ତି ହୋଇଥିଲେ ସେ ଭୁକିବାକୁ ଲାଗିବ । ଏହା ତାହାର ଚିହ୍ନିବା ଶକ୍ତି । କୁକୁରର ଶୁଂଘି କରି ଚିହ୍ନିବାର ଅଦ୍ଭୁତ କ୍ଷମତା ଅଛି । କୁକୁରକୁ ଏହି କ୍ଷମତାର କାରଣର ଗୁପ୍ତଚର ବିଭାଗରେ ଚିହ୍ନିବା ପାଇଁ ବିଶେଷ କିସମର ତାଲିମପ୍ରାପ୍ତ କୁକୁର ରଖାଯାଇଛି । ଏହି କୁକୁରମାନେ ଅପରାଧୀକୁ ତାହାର ପାଦଚିହ୍ନର ପିଛା କରି ତାକୁ ଧରିବାରେ ସାହାଯ୍ୟ କରିଥାଆନ୍ତି । ଏହା ତାହାର “ଦିବ୍ୟ ଦୃଷ୍ଟି’ ଦ୍ୱାରା ସମ୍ଭବ ହୋଇଥାଏ । ଏପରି ଦୃଷ୍ଟି ଆମ ମନୁଷ୍ୟଙ୍କ ପାଖରେ ନାହିଁ ।

Loading...

Join The Discussion

Loading...