Astrology

ପୂଜା କରିବାକୁ ଯିବା ପୂର୍ବରୁ ସ୍ନାନ କରନ୍ତି କାହିଁକି ?

  •  
  • 7
  •  
  •  
  •  
  •  
  •  
    7
    Shares

ସ୍ନାନ କରିବା ଏକ ଦୈନିକ କାର୍ଯ୍ୟ । ସ୍ନାନ କଲେ ଶରୀର ସ୍ୱଚ୍ଛ ଓ ମନ ନିର୍ମଳ ରହେ ଏବଂ ପୂଜା ପାଠରେ ମନ ଲାଗେ । କଥାରେ ଅଛି “ମନଥୟଥିଲେ ଗାଡିଆ ଗଙ୍ଗା’ । ଅର୍ଥାତ୍ ମନ ପବିତ୍ର ଥିଲେ ସବୁକିଛି ପବିତ୍ର । ଯଦି ମନ ପବିତ୍ର ନୁହେଁ ତ ଗଙ୍ଗା ଯମୁନା, ସରସ୍ୱତୀ କିମ୍ବା କାବେରୀ ଭଳି ପବିତ୍ର ନଦୀରେ ସ୍ନାନ କଲେ ଲାଭ କ’ଣ ? ସ୍ନାନକଲେ ଶରୀର ଶୀତଳ ବା ଥଣ୍ଡା ହୋଇଯାଏ । ଦୈନିକ ପରିଶ୍ରମଦ୍ୱାରା ଉତ୍ପନ୍ନ କଷ୍ଟ, ଦେହର ଝାଳ ସ୍ନାନଦ୍ୱାରା ଶୀଘ୍ର ଦୂରହୋଇ ଯାଏ ଓ ମନ ଶୀଘ୍ର ଏକାଗ୍ର ହୋଇଯାଏ ଓ ଭଜନ, କୀର୍ତ୍ତନ, ପୂଜା, ପାଠରେ ମନଲାଗିଯାଏ । ପରିଶ୍ରମ କରି ଥକ୍କା ହୋଇ ପଡିଲେ ଆପଣଙ୍କର ମନ କେବେ ହେଲେ ପୂଜା କରିବାକୁ ଲାଗିବ ନହାଁ । ଆପଣଙ୍କର ଶରୀର ଅସୁସ୍ଥ, ମୁଣ୍ଡବିନ୍ଧା ଇତ୍ୟାଦି ହେଲେ ପୂଜାପାଠରେ ମନ କେବେ ଲାଗିବ ନାହିଁ । ମୁଁ ମାନୁଛି ଯେ ଆପଣଙ୍କର ମନ ପବିତ୍ର କିନ୍ତୁ ଶରୀର ଯଦି ସାହାଯ୍ୟ ନକଲା ତେବେ ଆପଣ ପୂଜା ପାଠ କିପରି କିରବେ ? ତେଣୁ ପୂଜା କରିବା ପୂର୍ବରୁ ସ୍ନାନ ନିହାତି ଆବଶ୍ୟକ ।

  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...