Astrology

ରାଶି ଅନୁସାରେ ଜାଣନ୍ତୁ ଏବର୍ଷ କାହା ପାଇଁ କେମିତି ରହିବ?

ମେଷ

ଅଶ୍ୱିନୀ/ମେଷ- ପୂର୍ବରୁ ଲାଗିରହିଥିବା ଅସୁସ୍ଥତା କ୍ରମଶଃ ଦୂରେଇଯିବ। ଆତ୍ମୀୟଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ସହଯୋଗରେ ସନ୍ତାନଙ୍କ ବିବାହକାର୍ଯ୍ୟ ସମ୍ପନ୍ନ କରିପାରିବେ। ନୂତନ ଗୃହପ୍ରବେଶ, ଯାନବାହନ, ଧାତୁ ଅଳଙ୍କାରାଦି କ୍ରୟ କରିବା ଦିଗରେ ଚେଷ୍ଟିତ ରହିପାରନ୍ତି। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଶତ୍ରୁତାଜନିତ ସମସ୍ୟା ସାମୟିକ ଭାବରେ କାର୍ଯ୍ୟର ଅଗ୍ରଗତିରେ ବାଧା ସୃଷ୍ଟି କରିପାରେ। ବୃହସ୍ପତି ଓ ନବମସ୍ଥ ଶନିଙ୍କ ହେତୁ ମଧ୍ୟଭାଗରେ ପରିବାରରେ ଭୁଲ ବୁଝାମଣା, ଇତର ଲୋକଙ୍କ ପ୍ରାଦୁର୍ଭାବ, ପ୍ରିୟଜନଙ୍କ ଦେହାନ୍ତ ପ୍ରଭୃତି ଦୁଃଖଦ ଖବରରେ ମ୍ରିୟମାଣ ହୋଇପାରନ୍ତି। କର୍ମକ୍ଷେତ୍ରରେ ନୀଚଜନ ସହ ବିବାଦ ଓ କୂଟଚକ୍ରାନ୍ତର ଶିକାର ହୋଇ ହଇରାଣ ହେବାକୁ ପଡ଼ିପାରେ।

Loading...

ଦ୍ୱିଜା/ମେଷ- ନୂଆବର୍ଷ ପ୍ରବେଶର ପ୍ରଥମ ଦିବସରୁ କଳ୍ପନାର ରଙ୍ଗିନ ସ୍ବପ୍ନରେ ଆତ୍ମବିଭୋର ହେବେ। ଅବଶ୍ୟ ସ୍ବଜନ ଶତ୍ରୁତା, ଭ୍ରାତୃବିବାଦ, ସହକର୍ମୀଙ୍କ ଅସହଯୋଗ ମନୋଭାବ ଅଭିଳଷିତ କାମ ସକାଶେ ପ୍ରତିବନ୍ଧକ ସୃଷ୍ଟି କରିବ। ପ୍ରବାସୀଙ୍କ ସ୍ଥାନାନ୍ତର, କର୍ମକ୍ଷେତ୍ରରେ ଅନିଚ୍ଛାକୃତ ବଦଳି ମାନସିକ ଅସ୍ଥିରତା ସୃଷ୍ଟି କରିବାର ସୂଚନା ରହିଛି। ପରିବାରରେ ଯୁକ୍ତିତର୍କ, ପକ୍ଷପାତିତା ଓ ମତାନ୍ତରଜନିତ ମନର ଅମେଳ ମଝିରେ ମଝିରେ ଶାନ୍ତି ଭଗ୍ନ କରିପାରେ। ଅବଶ୍ୟ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ, କାର୍ଯ୍ୟସିଦ୍ଧି, କଳା, କ୍ରୀଡ଼ା, ସାଂସ୍କୃତିକ କାମରେ ସମ୍ମାନିତ ହେବାର ଯୋଗ ରହିଛ। ବିଳାସବ୍ୟସନ ଉପକରଣ ଏବଂ ସ୍ବର୍ଣ୍ଣାଳଙ୍କାର ପ୍ରଭୃତି କ୍ରୟ କରି ଖୁସି ହେବେ।

କୃତ୍ତିକା/ମେଷ- ଦୃଢ଼ ମନୋବଳ ଓ ସାହସର ସହିତ ଅଟକି ରହିଥିବା କାମ ଆରମ୍ଭ କରିବେ। ବର୍ଷାର୍ଦ୍ଧରେ ଅନ୍ୟ କେତେକ ନୂତନ କାମ ହାତକୁ ନେବେ। ମାନସିକ ସ୍ଥିରତା, ଅର୍ଥଲାଭ, କଳା ଓ ସାହିତ୍ୟ, ବିଦେଶ ଯାତ୍ରା ଓ ତୀର୍ଥାଟନର ସୁଯୋଗ ପାଇପାରନ୍ତି। ପାରିବାରିକ ସଦ୍‌ଭାବ, ଗୃହ ଓ ଭୂମି କ୍ରୟବିକ୍ରୟ, ନୂତନ ବନ୍ଧୁସମ୍ପର୍କ ସ୍ଥାପନ କରିପାରିବେ। ସାମୟିକ ଭାବରେ ଅର୍ଥ ସଙ୍କଟ, ବିବାଦୀୟ ପରିସ୍ଥିତି, ଜମିଜମା ବିବାଦ, ପାରିବାରିକ ଅସ୍ଥିରତା ଅନର୍ଥ ସୃଷ୍ଟି କରିବାର ଆଶଙ୍କା ରହିଛି। ବ୍ୟବସାୟିକ ସଫଳତା, ଶାରୀରିକ ଅସୁସ୍ଥତା, ଯାନବାହନ ଦୁର୍ଘଟଣା ପ୍ରତି ସତର୍କ ରହିବା ଭଲ। ନୂତନ କର୍ମନିଯୁକ୍ତି, କୃଷି ପଶୁରେ ଉନ୍ନତି ଏବଂ ପ୍ରଶାସନିକ, ରାଜନୈତିକ ସଫଳତା ମଧ୍ୟ ପାଇବାର ଯୋଗ ରହିଛି।

ବୃଷ

କୃତ୍ତିକା/ବୃଷ- ସଂଘର୍ଷ ଓ ବିବାଦୀୟ ପରିସ୍ଥିତି ମଧ୍ୟରେ ଲକ୍ଷ୍ୟ ପୂରଣ କରିବେ। ସମୟୋଚିତ ପଦକ୍ଷେପ ନେଇ ସମସ୍ୟାର ସମାଧାନ, ମିତ୍ରତା ସ୍ଥାପନ, ଶିଳ୍ପ, ବାଣିଜ୍ୟରେ ପୁଞ୍ଜି ଲଗାଣ କରି ଭିତ୍ତିଭୂମିକୁ ସୁଦୃଢ଼ କରିପାରନ୍ତି। ପ୍ରିୟଜନଙ୍କ ସହଯୋଗ ମାଧ୍ୟମରେ ବୃତ୍ତିଗତ ଧନ୍ଦା, ସାମାଜିକ ଓ ମାଙ୍ଗଳିକ କାମ ସମ୍ପନ୍ନ ହୋଇପାରିବ। ସୁସ୍ଥତା, ପାରିବାରିକ ଶାନ୍ତି, ସନ୍ତାନଙ୍କ ଉଚ୍ଚଶିକ୍ଷା ଓ ବିଦେଶଯାତ୍ରା ଦିଗରେ ସଫଳତା ପାଇବେ। କିନ୍ତୁ ଏପ୍ରିଲ୍‌ ପରଠାରୁ ସାମୟିକ ଆର୍ଥିକ ଅନଟନ, ଚୌର, ଭିଜିଲାନ୍ସଜନିତ ଧନହାନି ଘଟିପାରେ। ପ୍ରତିବନ୍ଧକ ଜନିତ ମନସ୍ତାପ, କାର୍ଯ୍ୟ ହାସଲରେ ବିଳମ୍ବ, ପୁରାତନ ପୀଡ଼ା ଓ ବିଚ୍ଛେଦାମତ୍କ ଖବରରେ ବିଚଳିତ ରହିପାରନ୍ତି। ଶିକ୍ଷା, ପରୀକ୍ଷାରେ କୃତକାର୍ଯ୍ୟ, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରେ ଉଚ୍ଚ ସମ୍ମାନ ପାଇବେ।

ରୋହିଣୀ/ବୃଷ-ଦୈହିକ ସୁସ୍ଥତା, ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧି ମଧ୍ୟରେ ମାନସିକ ଶାନ୍ତି ବର୍ଷତମାମ ଅକ୍ଷୁଣ୍ଣ ରହିବ। ସାମାଜିକ ସ୍ତରରେ ନୂତନ ବନ୍ଧୁସମ୍ପର୍କ, କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ଏବଂ ପାରିବାରିକ କ୍ଷେତ୍ରରେ ଉତ୍ତମ ବୁଝାମଣା ଅବ୍ୟାହତ ରହିବ। ନୂତନ ବାଣିଜ୍ୟାରମ୍ଭ, ମନପସନ୍ଦର କମ୍ପାନୀରେ ଚାକିରି ଅଫର, ବିଦେଶ ଯାତ୍ରା, ତୀର୍ଥାଟନ ପ୍ରଭୃତିର ସୁଯୋଗ ପାଇପାରନ୍ତି। ବର୍ଷାର୍ଦ୍ଧରୁ କାର୍ଯ୍ୟହାନି, ଆମତ୍ୀୟଙ୍କ ବିରୁଦ୍ଧାଚରଣ, ଧନକ୍ଷୟ, ଅଚାନକ କଳହ, ଦୁର୍ଘଟଣା ପ୍ରଭୃତି କାରଣରୁ ବହୁବିଧ ସମସ୍ୟା ଆସିବାର ସୂଚନା ରହିଛି। ନୀଚସଙ୍ଗ, ସନ୍ଦେହଜନକ କାମରେ ଅନୁପ୍ରବେଶ ପ୍ରତି ଅସାବଧାନତା ସମସ୍ୟାର କାରଣ ହେବ।

ମୃଗଶିରା/ବୃଷ- କର୍ମକ୍ଷେତ୍ରରେ ସଫଳତା ସାଙ୍ଗକୁ ନୂତନ ଗୃହ, ଭୂମିଲାଭ ଓ ଗାଡ଼ିମୋଟର ପ୍ରଭୃତି କ୍ରୟ କରିବାର ଅଭିଳାଷ ପୂରଣ ହେବ। ଭାଇ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କର ଅଭାବ ଘରୋଇ ବ୍ୟାପାରରେ ଅନ୍ତରାୟ ସୃଷ୍ଟି କରିପାରେ। ପୁରାତନ ରୋଗର ପ୍ରାଦୁର୍ଭାବ ସାଙ୍ଗକୁ ସନ୍ତାନଙ୍କ ସମସ୍ୟା ସାମୟିକ ମନକୁ ବିଚଳିତ ରଖିବ। ପରିବାରରେ ସନ୍ଦେହ, ମନରେ ଅଜଣା ଭୟ ଓ ଆଶଙ୍କା ଅସ୍ଥିରତା ସୃଷ୍ଟି କରିପାରେ। ତଥାପି ପରିବହନ କ୍ଷେତ୍ର, ବ୍ୟବସାୟିକ ସ୍ଥିତି, ଆନୁଷ୍ଠାନିକ କର୍ମ, ଶୁଭକାର୍ଯ୍ୟ ସମ୍ପାଦନ କରିପାରିବେ। ଦୂରଯାତ୍ରା, ସଭାସମିତି, ପ୍ରଶାସନିକ ସ୍ତରରେ ମନ୍ତ୍ରଣା, କଳା, ସାହିତ୍ୟ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

ମିଥୁନ

ମୃଗଶିରା/ମିଥୁନ- ବର୍ଷ ଆରମ୍ଭରୁ ଅସୁସ୍ଥତା, କାର୍ଯ୍ୟ ସାଧନରେ ଅହେତୁକ ବିଳମ୍ବ, ନିଜ ଲୋକଙ୍କ ସହ ବୈରୀଭାବରୁ ମାନସିକ ସନ୍ତୁଳନ ହରାଇବେ। ପାରିବାରିକ ମତପାର୍ଥକ୍ୟ, ଧନହାନି ଓ ବିବାଦୀୟ ଘଟଣାରେ ମନସ୍ତାପ କରିବେ। ମାତ୍ର ବର୍ଷର ମଧ୍ୟଭାଗରେ ଅବସ୍ଥା ସୁଧୁରିଯିବ। ଶତ୍ରୁତାର ଅବସାନ ଘଟିବ ଓ ବିଦେଶ ଯାତ୍ରାର ସୁଯୋଗ ପାଇବେ। କର୍ମକ୍ଷେତ୍ରରୁ ଅର୍ଥ ଓ ସମ୍ମାନ ଊଣା ହେବନାହିଁ। ନୂତନ ଗୃହ, ଯାନବାହନ କ୍ରୟ, ପ୍ଲଟ ଓ ପରିବହନ ବ୍ୟବସାୟ, ଆମଦାନୀ ବାଣିଜ୍ୟରୁ ଲାଭବାନ୍‌ ହେବେ। କୁସଙ୍ଗ, ନୀଚଜନ ସହ ବିବାଦ, ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁମାନଙ୍କ ସାମୟିକ ଈର୍ଷା ଓ ଅସୂୟା ପ୍ରତି ସାବଧାନ ରହିବା ଭଲ।

ଆର୍ଦ୍ରା/ମିଥୁନ- ସ୍ଥଗିତ ରହିଥିବା କର୍ମସମୂହକୁ ପୁନଃ ଆରମ୍ଭ କରିବା ଦିଗରେ ମନ ବଳାଇ କୃତକାର୍ଯ୍ୟ ହେବେ। ବନ୍ଧୁ, ସହକର୍ମୀଙ୍କ ସାହାଯ୍ୟ, ସହାୟତା ପ୍ରାପ୍ତ ହେବ। ବ୍ୟବହାରରେ ଅସଂଯମ, ଚୋରି, ଭିଜିଲାନ୍ସ ଅଥବା ଅର୍ଥ ସମ୍ପର୍କିତ ବିବାଦ ଭିତରକୁ ଟାଣିନେଇପାରେ। ଈର୍ଷାପରାୟଣତାରେ ଅପପ୍ରଚାର, କ୍ରନିକ୍‌ ରୋଗରେ ଦେହପୀଡା ଲାଗିରହିବ। ଗବେଷଣା, ନୂଆ ପ୍ରକଳ୍ପ, ଶିଳ୍ପ, ବାଣିଜ୍ୟାଦି କ୍ଷେତ୍ରରୁ ଲାଭବାନ୍‌ ହେବେ। ଆନୁଷ୍ଠାନିକ ତଥା ରାଜନୀତି କ୍ଷେତ୍ରରେ ଜନସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟୀମାନେ ଅସ୍ଥିରତା ଓ ଆଶଙ୍କା ମଧ୍ୟରେ ଗତିକରିବେ। ପ୍ରଶାସନ, ପ୍ରକାଶନ, କଳା, ସାହିତ୍ୟ, ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ।

ପୁନର୍ବସୁ/ମିଥୁନ- ପ୍ରବଳ ଇଚ୍ଛାଶକ୍ତି ଓ କାମ ହାସଲର ଜିଦ୍‌ ଜନିତ ଦୁଃସାହସିକ ପଦକ୍ଷେପ ଲକ୍ଷ୍ୟପୂରଣରେ ସହାୟକ ହେବ। ସଭାସମିତିରେ ଉଚ୍ଚ ସମ୍ମାନ, କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ପ୍ରାଧାନ୍ୟ ବୃଦ୍ଧି, ପରିବହନରେ ଉନ୍ନତି ଓ ନିର୍ମାଣ କାର୍ଯ୍ୟର ପୂର୍ଣ୍ଣାଙ୍ଗରୁ ଖୁସି ରହିବେ। ଆରୋଗ୍ୟଲାଭ, ମିତ୍ରବନ୍ଧୁ ମିଳନ, ବାଣିଜ୍ୟ, ବ୍ୟବସାୟର ନବୀକରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମନୋରଞ୍ଜନ କାର୍ଯ୍ୟରେ ସାମିଲ ହୋଇପାରନ୍ତି। ତଥାପି ବର୍ଷାରମ୍ଭରୁ ସାମୟିକ ଅଶାନ୍ତ ପରିବେଶ, ଅପ୍ରୀତିକର ପରିସ୍ଥିତି, ପାରିବାରିକ ବିଚ୍ଛିନ୍ନତା ମନଦୁଃଖର କାରଣ ହୋଇପାରେ। ପ୍ରତିଯୋଗିତାରେ, ମାଲିମକଦ୍ଦମାରେ, ମଧ୍ୟସ୍ଥତା କରିବାରରେ, ଚାକିରି କ୍ଷେତ୍ରରେ ବିଫଳ ହୋଇପାରନ୍ତି। ଋଣଗ୍ରସ୍ତ, ବନ୍ଧୁ ମନାନ୍ତର, ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି କିମ୍ବା ବୟସ୍କବ୍ୟକ୍ତିଙ୍କ ଦେହାନ୍ତ ପ୍ରଭୃତି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

କର୍କଟ

ପୁନର୍ବସୁ/କର୍କଟ-ବର୍ଷର ପୂର୍ବାର୍ଦ୍ଧରେ ଅର୍ଥଲାଭ, ଶାରୀରିକ ସୁସ୍ଥତା, କର୍ମକ୍ଷେତ୍ରରେ ସମ୍ମାନ, ନୂତନ ଗୃହ, ଯାନବାହନାଦି ଲାଭକରିବେ। ଧୀରେ ଧୀରେ ଅର୍ଥର ପ୍ରାଚୁର୍ଯ୍ୟ, ପାରିବାରିକ ସୌଖ୍ୟ, ନୂତନ ବନ୍ଧୁ ସମ୍ପର୍କରୁ ବର୍ଷଟି ଉପଭୋଗ୍ୟ ହେବ। ରାହୁ ରାଶିରେ ରହି ଆପଣଙ୍କୁ ସ୍ଥିରଭାବରେ କୌଣସି ଗୋଟିଏ ସ୍ଥାନରେ ସ୍ଥାୟୀଭାବରେ ରଖାଇ ଦେବେ ନାହିଁ। ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ, ରଚନାମତ୍କ କାମ ଓ ସଭାସମିତିରେ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରାଇବେ। ସାମାଜିକ ସ୍ତରରେ ମାନପତ୍ର, ଉପଢ଼ୌକନ, ପ୍ରଶଂସାପ୍ରାପ୍ତିର ସୌଭାଗ୍ୟ ଅର୍ଜନ କରିବେ। ଗୁପ୍ତଶତ୍ରୁତା, ଈର୍ଷାଳୁବନ୍ଧୁଙ୍କ ଛଳନା ଓ ପ୍ରତାରଣା, ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ସ୍ଥଗିତ ପଦୋନ୍ନତି, କଚେରି ମାମଲାରେ ଦୁଶ୍ଚିନ୍ତା ଆସିବ। ନୂତନ ଯାନବାହନ, ଋଣ ପରିଶୋଧ, ନିର୍ମାଣାଧୀନ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରି ଆମତ୍ତୃପ୍ତି ଲାଭ କରିବେ।

ପୁଷ୍ୟା/କର୍କଟ- ରାହୁ ଆପଣଙ୍କୁ ଜୀବନଯାତ୍ରାରେ ଅଗ୍ରଗାମୀ କରାଇବେ। ଷଷ୍ଠଭାବରେ ଶନିଙ୍କ ପ୍ରଭାବରେ ସାଙ୍ଗଠନିକ କାର୍ଯ୍ୟ, ରାଜନୈତିକ ସ୍ଥିତି, ପ୍ରଶାସନିକ ନିଷ୍ପତ୍ତି, ନୂତନ କୃତି ମାଧ୍ୟମରେ ସଫଳତା ପାଇପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଶିଳ୍ପ, ବାଣିଜ୍ୟର ଅଭିବୃଦ୍ଧି, ନୂତନ କର୍ମନିଯୁକ୍ତି, ସରକାରୀ ସହାୟତା ପ୍ରଭୃତି ପାଇବେ। କିନ୍ତୁ ଏହାସାଙ୍ଗକୁ ବନ୍ଧୁ, ସହକର୍ମୀମାନଙ୍କ ପରୋକ୍ଷ ଶତ୍ରୁମନୋଭାବ, ପାରିବାରିକ ସ୍ତରରେ କୁମନ୍ତ୍ରଣାଜନିତ ଶାନ୍ତିଭଗ୍ନର ଆଶଙ୍କାକୁ ଏଡିହେବ ନାହିଁ। ରୋଗପୀଡା, ଅନ୍ୟମନସ୍କତା, ଆଘାତପ୍ରାପ୍ତିର ଆଶଙ୍କା ମଧ୍ୟ ରହିଛ।

ଅଶ୍ଳେଷା/କର୍କଟ- ପରିବାରର ସମସ୍ୟା ଓ ବିବାଦୀୟ ସ୍ଥିତି ହିତୈଷୀମାନଙ୍କ ସାହାଯ୍ୟରେ ଦୂରେଇଯିବ। ମିତ୍ରବନ୍ଧୁମାନଙ୍କ ପରିସର ବୃଦ୍ଧି ପାଇବ। ନୂତନ କର୍ମ ସଂସ୍ଥାନର ଯୋଗ ରହିଛି। କିନ୍ତୁ ମେଠାରୁ ସ୍ବାସ୍ଥ୍ୟପ୍ରତି ଅବହେଳା, ପାରିବାରିକ ଉଦାସୀନତା, ଯାନବାହନରେ କ୍ଷୟକ୍ଷତି, ବ୍ୟବସାୟ ବାଧା ମାନସିକ ଅଶାନ୍ତିର କାରଣ ହୋଇପାରେ। ସାଧାରଣ କଥାରେ କଳହ, ଅନ୍ତିମ ସମୟରେ ସୁଯୋଗ ହାନି, ଋଣ ପରିଶୋଧ, କଚେରି ମାମଲା ମାନସିକ ସ୍ଥିତିକୁ ବିଗାଡ଼ି ଦେଇପାରେ। ଅବଶ୍ୟ ଶୁକ୍ରଙ୍କ ପ୍ରଭାବରେ କଳା, ସଙ୍ଗୀତ, ଚଳଚ୍ଚିତ୍ର, ନୃତ୍ୟବାଦ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରବେ। ଲୋକ ସମ୍ପର୍କ ବଢିବ, କୂଟନୀତି ଓ କାଳକ୍ଷେପଣ ପଦ୍ଧତି ଅନୁଯାୟୀ ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ।

ସିଂହ

ମଘା/ସିଂହ- ଦୈହିକ ଅସୁସ୍ଥତା ପ୍ରାୟତଃ ଦୁଶ୍ଚିନ୍ତାର କାରଣ ହେବ। ବିଭିନ୍ନ ପରିସ୍ଥିତିରେ ବନ୍ଧୁ ସମ୍ପର୍କ, ପାରିବାରିକ ଶାନ୍ତିଭଗ୍ନ କରି ସାମାଜିକ ସ୍ଥିତିକୁ ଦୁର୍ବଳ କରିଦେଇପାରେ। ଦୈହିକ ଅସୁସ୍ଥତା, କରଜଦାତାଙ୍କ ଚାପ, ଉପରିସ୍ଥଙ୍କ କୋପ, ମାଙ୍ଗଳିକ କାମରେ ସମସ୍ୟା ପ୍ରଭୃତି ଅଶୁଭତ୍ୱ ପ୍ରତି ସଚେତନ ରହିବା ଭଲ। ଅବଶ୍ୟ ଶୁଭଫଳ ମଧ୍ୟରେ ପଦୋନ୍ନତି, ସାମାଜିକ ସମ୍ମାନ,ବାଣିଜ୍ୟ ବ୍ୟବସାୟର ଉନ୍ନତି, ମାଲିମକଦ୍ଦମାରେ ବିଜୟ, ଯାନ୍ତ୍ରିକ ଜିନିଷ, ଧାତୁ, ଅଳଙ୍କାର ପ୍ରାପ୍ତି ଯୋଗ ରହିଛି। ସାହିତ୍ୟ, ସାଧନା, ଗବେଷଣା, ଆନୁଷ୍ଠାନିକ କାମ ଅଥବା ସଭାସମିତିରୁ ପ୍ରତିଷ୍ଠା, ପ୍ରୋତ୍ସାହନ ଓ ସମ୍ମାନ ପାଇବାର ସୌଭାଗ୍ୟ ମିଳିବାର ସମ୍ଭାବନା ରହିଛି।

ପୂର୍ବାଫାଲ୍‌ଗୁନୀ/ସିଂହ- ଅର୍ଥନୈତିକ ସ୍ଥିତି ଦୃଢୀଭୂତ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଲାଭବାନ୍‌ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି, ବୈବାହିକ କାର୍ଯ୍ୟ ଓ ବୈଷୟିକ ଅଭିବୃଦ୍ଧିରୁ ଖୁସିରହିବେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ ଓ ଗୃହ, ଭୂମି, ଯାନବାହନ, ଧାତୁ, ଅଳଙ୍କାରାଦି କ୍ରୟକରିବାର ମାନସିକତା ସୃଷ୍ଟିହେବ। ମାଙ୍ଗଳିକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସାହିତ୍ୟ ଓ ସଙ୍ଗୀତ ସାଧନା, ଯୋଗ ଓ ଶରୀର ଚର୍ଚ୍ଚାରୁ ମନୋବଳ ବୃଦ୍ଧି ପାଇବ। ପ୍ରଶାସନ, ସାମ୍ବାଦିକତା, ଆଇନ ଅଦାଲତ, ରାଜନୀତି କ୍ଷେତ୍ରରେ ପ୍ରଭାବ ବୃଦ୍ଧି ହେବ। ସହକର୍ମୀଙ୍କ ସନ୍ଦେହ ଓ ଭୁଲ୍‌ ବୁଝାମଣା ପ୍ରଭୃତି ସାମୟିକ ବ୍ୟତିକ୍ରମ କର୍ମକ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିପାରେ।

ଉତ୍ତରାଫାଲ୍‌ଗୁନୀ/ସିଂହ- ଏକାଦଶସ୍ଥାନରେ ରାହୁ ମିତ୍ର ଶନିଙ୍କ ସହ ସମ୍ପର୍କରେ ଆସି ସଂଘର୍ଷମୟ ସ୍ଥିତିକୁ ସଜାଡି ନେବେ। କିନ୍ତୁ ଶିକ୍ଷା, ସନ୍ତାନ, ବିବାଦୀୟ ପରିସ୍ଥିତି, ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଦିଗରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିପାରେ। ରୋଜଗାରର ସ୍ବଳ୍ପତା, ପାରିବାରିକ ଅସ୍ଥିରତା ଓ ପିଲାମାନଙ୍କ ମଧ୍ୟରେ ସହମତି ଓ ସମନ୍ବୟର ଅଭାବ ପରିସ୍ଥିତିକୁ ବିଗାଡ଼ିଦେଇପାରେ। କୋର୍ଟ କଚେରି ଧନ୍ଦାରେ ଅପଦସ୍ଥ ହୋଇପାରନ୍ତି। ତଥାପି ସାଙ୍ଗଠନିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ସତ୍‌ସଙ୍ଗ, ବିଜାତୀୟବ୍ୟକ୍ତିଙ୍କ ସାହାଯ୍ୟ, ତୀର୍ଥାଟନ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଆଇନ ସହାୟତା ପ୍ରଦାନ କରିପାରନ୍ତି।

କନ୍ୟା

ଉତ୍ତରାଫାଲ୍‌ଗୁନୀ/କନ୍ୟା- କେନ୍ଦ୍ରସ୍ଥାନରେ ବକ୍ରୀ ବୃହସ୍ପତିଙ୍କ ସହ ଶନି ଗୁରୁଶୌରୀ ଯୋଗ ସୃଷ୍ଟିକରି ଆପଣଙ୍କ ପଦ ମର୍ଯ୍ୟାଦା ବୃଦ୍ଧି, ଉଚ୍ଚବର୍ଗଙ୍କ ସହାୟତା, ଅର୍ଥ, ସମ୍ମାନ ଓ ସାମାଜିକ ସ୍ତରରେ ପ୍ରଶଂସାଲାଭ କରାଇବେ। ନୂତନ ଯୋଜନା, ବ୍ୟବସାୟର ସମ୍ପ୍ରସାରଣ, ବନ୍ଧୁଙ୍କ ସାହାଯ୍ୟରେ ନୂତନ କର୍ମନିଯୁକ୍ତିର ଆଶା ରହିଛି। ଗୃହ, ସୀମାବିବାଦ, ପୁରାତନ ଗାଡି କିମ୍ବା ଯାନ୍ତ୍ରିକ ଜିିନିଷର ମରାମତି ପାଇଁ ଧ୍ୟାନ ଦେବେ। ଆରୋଗ୍ୟଲାଭ, ମାଲିମକଦ୍ଦମା, ରାଜନୀତି, ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ। କେତୁଙ୍କ ପ୍ରଭାବରେ ସାମୟିକ ପାରିବାରିକ ଅଶାନ୍ତି, ବନ୍ଧୁଜନେ କଳହ, ଲୋକସମ୍ପର୍କହାନି, ଅପପ୍ରଚାରାଦି ମାନସିକ ସ୍ଥିତିକୁ ବିଡମ୍ବିତ କରିପାରେ।

ହସ୍ତା/କନ୍ୟା- ବର୍ଷାରମ୍ଭରୁ ଥିବା ଶାରୀରିକ, ମାନସିକ ଅସୁସ୍ଥତା, ବନ୍ଧୁବିଗ୍ରହ, କର୍ମହାନିଜନିତ ଅଶାନ୍ତ ପରିସ୍ଥିତି ମାସ କେଇଟାରେ ଉଭେଇଯିବ। ଯୋଜନାରେ ସଫଳତା, ନିର୍ମାଣମୂଳକ କାମରେ ଅଗ୍ରଗତି, ପରିବହନରେ ଉନ୍ନତି, ମାଙ୍ଗଳିକ କାମ ସମ୍ପନ୍ନ କରିବାରେ ସଫଳ ହେବେ। କୋର୍ଟ କଚେରି ମାମଲାରେ ବିଜୟ ପ୍ରାପ୍ତି, ଧାତୁ ଅଳଙ୍କାର ଓ ବିଳାସ ବ୍ୟସନ ସମ୍ପର୍କିତ ଜିନିଷ କ୍ରୟ କରିବେ। ବନ୍ଧୁ ପ୍ରୀତି, ତୀର୍ଥାଟନ ତଥା ପ୍ରେମ ପ୍ରଣୟରେ ସଫଳତା, ସାଙ୍ଗଠନିକ କାମ ଓ ସଭା ସମିତିରେ ସମ୍ମାନିତ ହେବେ। ସାମୟିକ ଦୁଶ୍ଚିନ୍ତା, ଜମିବାଡି, ଗୃହସମ୍ପର୍କିତ କଳହ, ଧାରକରଜ, ଆମତ୍ୀୟଙ୍କ ସହ ଶତ୍ରୁତା, ସନ୍ତାନଙ୍କ ସମସ୍ୟା ଓ ପ୍ରଶାସନିକ ଚାପର ସମ୍ମୁଖୀନ ହୋଇପାରନ୍ତି।

ଚିତ୍ରା/କନ୍ୟା- ନୂଆବର୍ଷଟିରେ ଅର୍ଥପ୍ରାଚୁର୍ଯ୍ୟ, ବିଳାସ ବ୍ୟସନ, ନବଜାତ ସନ୍ତାନ ହେତୁକ ଆନନ୍ଦ, ବନ୍ଧୁ ପ୍ରୀତି, ତୀର୍ଥାଟନ ତଥା କାରବାରରେ ସଫଳତା ଏବଂ ସଭାସମିତିରେ ସମ୍ମାନ ପ୍ରାପ୍ତି ଘଟିବ। ସାମୟିକ ଭାବରେ ପାରିବାରିକ ଝଡଝଞ୍ଜା, ସ୍ବାସ୍ଥ୍ୟହାନି, ଖର୍ଚ୍ଚ ବୃଦ୍ଧି ପ୍ରଭୃତିର ସମ୍ମୁଖୀନ ହେବେ। କଳକାରଖାନା, ଲୁହା, ସିମେଣ୍ଟ, ତୈଳ ବ୍ୟବସାୟରେ ଉନ୍ନତି ଘଟିବ। ଗୃହୋପଯୋଗୀ ଜମି, ଯାନବାହନ ଲାଭ ସାଙ୍ଗକୁ ମନୋରଞ୍ଜନ ଓ ମାଙ୍ଗଳିକ କାମରୁ ଖୁସିରହିବେ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା, ସ୍ବାସ୍ଥ୍ୟ ଓ ଧନହାନି ହେତୁକ ମନସ୍ତାପ ଦେଖାଦେବ କିନ୍ତୁ ଅନ୍ୟ ସମୟ ମଧ୍ୟରେ କାର୍ଯ୍ୟ ସିଦ୍ଧି, କର୍ମ ସଂସ୍ଥାନ, ମିତ୍ର ବନ୍ଧୁ ଲାଭ, ଧନ ସମ୍ମାନ ପା୍ରପ୍ତି, ଶତ୍ରୁ ବିଜୟ ଓ ଶୁଭ କାମ କରିବେ।

ତୁଳା
ଚିତ୍ରା/ତୁଳା- ଅର୍ଥନୈତିକ ଅଭିବୃଦ୍ଧି ସହ କର୍ମକ୍ଷେତ୍ରରେ ପଦୋନ୍ନତି, ଆନୁଷ୍ଠାନିକ କ୍ଷେତ୍ରରେ ଉନ୍ନତି କରିପାରନ୍ତି। ନୂତନ ବ୍ୟବସାୟ, ଚାକିରି ଅଫର ପାଇବା, ଗୃହ ନିର୍ମାଣ ସାଙ୍ଗକୁ ଯାନବାହନ କ୍ରୟ କରିବା ପାଇଁ ମନ ବଳାଇପାରନ୍ତି। ଧାତୁ ଅଳଙ୍କାର ଓ ବିଳାସବ୍ୟସନ ପ୍ରତି ରୁଚି ବଳିବ। ମଧ୍ୟଭାଗରେ ସନ୍ତାନ ପୀଡା, ପରିବାରରେ ଝଗଡା, ଆମତ୍ସମ୍ମାନରେ ବାଧା ହେଲାଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ବନ୍ଧୁବାନ୍ଧବ, ଆମତ୍ୀୟ ଓ ପାଖ ପଡୋଶୀଙ୍କ ସମ୍ପର୍କରେ ଉନ୍ନତି ଘଟିବ। ଋଣ ସୂତ୍ରରେ କାରବାର ବଢାଇ ପାରନ୍ତି। ସରକାରୀ କିମ୍ବା ପ୍ରଶାସନିକ ସ୍ତରରେ ସମସ୍ୟା ଦୂରହେବା ସହ ଶିକ୍ଷା, ସନ୍ତାନ, ନୂତନ ସମ୍ପର୍କ, ମନୋରଞ୍ଜନ ଓ ମାଙ୍ଗଳିକ କାମରୁ ଖୁସି ରହିବେ।
ସ୍ବାତୀ/ତୁଳା- ଆର୍ଥିକ ସ୍ଥିତି, ଉଚ୍ଚ ସମ୍ମାନ, ଧାର୍ମିକ କାର୍ଯ୍ୟପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଶନିଙ୍କ ସୁପ୍ରଭାବରୁ ଟେକ୍‌ନିକାଲ କାର୍ଯ୍ୟ, ସାଂଗଠନିକ କାର୍ଯ୍ୟ, ସଭାସମିତିରେ ସମ୍ମାନିତ ହୋଇପାରନ୍ତି। ରାହୁଙ୍କ କୁପ୍ରଭାବରେ ଭୁଲ୍‌ ବୁଝାମଣା, ସନ୍ତାନଙ୍କ ପାଇଁ ଦୁଶ୍ଚିନ୍ତା, ସମ୍ପର୍କ ହ୍ରାସ ଓ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡିପାରେ। ବନ୍ଧୁମିଳନ, ଉତ୍ସବାନୁଷ୍ଠାନ, ଯାନବାହନରେ ସଂସ୍କାର ଆଣିବା ସହିତ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ମଧ୍ୟ ଜୁଟିବ। ବ୍ୟବସାୟୀମାନଙ୍କ ସକାଶେ ବର୍ଷଟି ମନ୍ଦ ହେବନାହିଁ। କଳା, ସାହିତ୍ୟ, ସଙ୍ଗୀତ, ରାଜନୀତି କ୍ଷେତ୍ରରେ ଉଠାପକା ସ୍ଥିତି ଦେଖାଦେବ।
ବିଶାଖା/ତୁଳା-ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ମିଳିବ। ନୂତନ ଯୋଜନାର ଅୟମାରମ୍ଭ କରିବେ। ସାମାଜିକ ସ୍ତରରେ ସମ୍ମାନିତ ହେବା ସହ କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପ୍ରାପ୍ତ କରିପାରନ୍ତି। ପାରିବାରିକ ସ୍ଥିତି, ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନିକ ସ୍ଥିତି ପାଇଁ ବର୍ଷଟି ଶୁଭଙ୍କର। ସାମୟିକ ଭାବରେ ଆଳସ୍ୟ, ଅବହେଳାଜନିତ କର୍ମହାନି, ଶରୀର ପୀଡା, ପୁରୁଣା କଥାର ପର୍ଯ୍ୟାଲୋଚନା କରି ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି। ଅସାବଧାନତା କିମ୍ବା ଅନ୍ୟମନସ୍କ କାରଣରୁ ବେଳେବେଳେ ନିରୁତ୍ସାହିତ ହୋଇପଡିବେ। ସହକର୍ମୀଙ୍କ ଅସହଯୋଗ ଓ ପରୋକ୍ଷ ଷଡଯନ୍ତ୍ର ମନରେ ହତାଶ ଭରିଦେବ। ଉପରିସ୍ଥଙ୍କ ସହାନୁଭୂତି, ଉଚ୍ଚବର୍ଗର ସତ୍‌ପରାମର୍ଶ, ସରକାରୀ ସ୍ତରରୁ କେତେକ ସୁବିଧା ହେତୁ ଖୁସି ରହିବେ।
ବିଛା
ବିଶାଖା/ବିଛା- ବିଭିନ୍ନ ଦିଗରୁ ଅର୍ଥର ସୁଅ ଛୁଟିବ। ଆନୁଷ୍ଠାନିକ କ୍ଷେତ୍ରରୁ, ସଭାସମିତିରୁ, ଗବେଷଣାରୁ ଅଧ୍ୟୟନ ଓ ଅଧ୍ୟାପନାରୁ, ବାଣିଜ୍ୟ ଓ ପରିବହନରୁ ସୁଫଳ ମିଳିବ। ନୀଚଜାତିର ବ୍ୟକ୍ତି, ନିଜ ଲୋକମାନଙ୍କ ଦ୍ୱାରା, ସହକର୍ମୀଙ୍କ ବିରୋଧରୁ, ସମସ୍ୟା ସାଙ୍ଗକୁ ସ୍ବାସ୍ଥ୍ୟହାନିର ସୂଚନା ମଧ୍ୟ ରହିଛି। କୌଣସି ରାଜନୈତିକ ଅଥବା ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି, ବିବାଦ ସମାଧାନ ସାଙ୍ଗକୁ ପରୋପକାର, ବନ୍ଧୁମିଳନ, ଉତ୍ସବାନୁଷ୍ଠାନ କରିପାରନ୍ତି। ସାମୟିକ ଭାବରେ ଭୁଲ୍‌ ବୁଝାମଣା, ଠକେଇଜନିତ ଦୁଃଖ ଭୋଗିବାକୁ ପଡିପାରେ। ସନ୍ତାନଙ୍କ ଶିକ୍ଷା, ବୈବାହିକ ସମ୍ପର୍କ, ସଭାସମିତି, ଜମିଜମା ଚୁକ୍ତିପତ୍ର କ୍ଷେତ୍ରରେ ପ୍ରତିରୋଧର ସାମନା କରିବାକୁ ପଡିବ।
ଅନୁରାଧା/ବିଛା- ଅତୀତର ଅପୂରଣୀୟ ଅଭିଳାଷ ପୂରଣ ପାଇଁ ଅନୁକୂଳ ପରିବେଶ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି, ତୀର୍ଥାଟନ, ବିଦେଶ ଯାତ୍ରା, ଧର୍ମ କାର୍ଯ୍ୟରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ॥ ଗତବର୍ଷର ବିବାଦୀୟ ପରିସ୍ଥିତି ବଦଳିଯିବ। ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କ, ଜମିଜମା ସୀମା କିମ୍ବା କାରବାର କ୍ଷେତ୍ରରେ ମନାନ୍ତର ସୃଷ୍ଟିର ଆଶଙ୍କା ରହିଛି। ସନ୍ତାନ, ଶିକ୍ଷା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାରାଦି ଲାଭ ଯୋଗ ରହିଛି। ବିଶିଷବ୍ୟକ୍ତିଙ୍କ ସାନ୍ନିଧ୍ୟ,ସାମାଜିକ ପ୍ରତିଷ୍ଠା ଲାଭରେ ସହାୟକ ହେବ। କଚେରି ମାମଲାରେ ବିଜୟୀ ହେବେ।
ଜ୍ୟେଷ୍ଠା/ବିଛା-ଗୁରୁଶୌରୀ ଯୋଗରେ ଅର୍ଥର ପ୍ରଚୁର୍ଯ୍ୟ, କର୍ମକ୍ଷେତ୍ରରେ ସମ୍ମାନ, ଅଭିଳଷିତ ଦ୍ରବ୍ୟପ୍ରାପ୍ତିଜନିତ ବର୍ଷଟି ଉପଭୋଗ୍ୟ ରହିବ। ରଚନାମତ୍କ କାର୍ଯ୍ୟ, ସନ୍ତାନବର୍ଗରେ ଉନ୍ନତି, ସାଙ୍ଗଠନିକ ନେତୃତ୍ୱ, ରାଜନୈତିକ ସ୍ଥିତିକୁ ସୁଦୃଢ କରିପାରିବେ। ପାରିବାରିକ ସ୍ତରରେ ସୁବୁଝାମଣା, ସଂଗଠନ, ଲୋକ ସମ୍ପର୍କ ଓ ସମର୍ଥନ ଅକ୍ଷୁଣ୍ଣ ରଖିବାରେ ସମର୍ଥ ହେବେ। ଆମତ୍ୀୟ ସ୍ବଜନ ବିରୋଧ କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। ଉଚ୍ଚଶିକ୍ଷା, ସୁଖସମ୍ମାନ, ଅର୍ଥ ଦ୍ରବ୍ୟ ଲାଭ, ଶୁଭ ସମ୍ବାଦ, ଆମୋଦ ପ୍ରମୋଦ, ସତ୍ୟ, ସଚ୍ଚୋଟତା ହେତୁ ସମାଜରେ ପ୍ରତିଷ୍ଠିତ ହୋଇପାରନ୍ତି। ସାମୟିକ ଦୁଶ୍ଚିନ୍ତା, ଦେହପୀଡା, ଦ୍ୱନ୍ଦ୍ୱ, ଅସ୍ଥିରତା, ଦୁର୍ଘଟଣା, ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି। ଅଶୌଚ ଖବର, ବନ୍ଧୁଙ୍କ ପରୋକ୍ଷ ଅପପ୍ରଚାର, ଅପବ୍ୟୟ, ସ୍ବଜନଙ୍କ ବେଖାତିର ମନୋଭାବ ମାନସିକ ଅଶାନ୍ତିର କାରଣ ପାଲଟିଯାଇପାରେ।
ଧନୁ
ମୂଳା/ଧନୁ- ଆଳସ୍ୟ, ଅବହେଳାଜନିତ ଶରୀର ପୀଡା ସାଙ୍ଗକୁ କର୍ମହାନି ଘଟିବ। ପାରିବାରିକ କ୍ଷେତ୍ର, ବନ୍ଧୁସମ୍ପର୍କ ଠିକ୍‌ ରହିବ ନାହିଁ। ଅବଶ୍ୟ ଆର୍ଥିକ ଅଭିବୃଦ୍ଧି , ମାଙ୍ଗଳିକ କାର୍ଯ୍ୟ, ନୂତନ ପ୍ରକଳ୍ପାଦି ଯୋଜନାକୁ ବାସ୍ତବରୂପ ଦେଇପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ସାମାନ୍ୟ ପ୍ରତିବନ୍ଧକ ମଧ୍ୟରେ ଲକ୍ଷ୍ୟପୂରଣ କରିପାରିବ। କଳା, ସାହିତ୍ୟ, ସଙ୍ଗୀତ ଚଳଚ୍ଚିତ୍ର, ଗବେଷଣା ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିବ। କର୍ମଜଞ୍ଜାଳ ବୃଦ୍ଧି ପାଇବା ସହ ଭାବପ୍ରବଣତା ଓ ଅନ୍ୟମନସ୍କତା କେତେକ ବ୍ୟତିକ୍ରମ ସୃଷ୍ଟିକରିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଓ ପରୋକ୍ଷ ଷଡ଼ଯନ୍ତ୍ର ମନରେ ହତାଶା ଭରିଦେବାର ସୂଚନା ମଧ୍ୟ ରହିଛି।
ପୂର୍ବାଷାଢ଼ା/ଧନୁ- ଚଳିତ ବର୍ଷ ଏକାଧାରରେ ନୂତନ କର୍ମାରମ୍ଭ, ସମ୍ମାନ ଓ ପ୍ରତିଷ୍ଠା, ଭୂମି, ଯାନବାହନ ଓ ମୂଲ୍ୟବାନ୍‌ ଜିନିଷ କ୍ରୟ କରିବାର ସୁଯୋଗ ଆପଣାଛାଏଁ ଜୁଟିଯିବ। ଶତ୍ରୁମାନେ ମିତ୍ରଭାବରେ ହାତ ବଢାଇବେ। ଉପରିସ୍ଥଙ୍କ ସହାନୁଭୂତି, ଉଚ୍ଚବର୍ଗର ସତ୍‌ପରାମର୍ଶ, ସରକାରୀ ସ୍ତରରୁ କେତେକ ସୁବିଧା ପାଇବା ହେତୁ ଖୁସିରହିବେ। ଆନୁଷ୍ଠାନିକ କ୍ଷେତ୍ରରୁ, ସଭାସମିତିରୁ, ବାଣିଜ୍ୟ ଓ ପରିବହନରୁ ସୁଫଳ ମିଳିବ। ତଥାପି ପାରିବାରିକ ସମର୍ଥନରେ ମାଙ୍ଗଳିକ କାର୍ଯ୍ୟ, ଉତ୍ସବାନୁଷ୍ଠାନ କରିପାରନ୍ତି। ଭୁଲ୍‌ ବୁଝାମଣା, ଆଳସ୍ୟ, ପ୍ରତୀକ୍ଷା, ଦେହପୀଡା, ଭିଜିଲାନ୍‌ସ ଠକେଇ, ଚୋରି ଓ ପ୍ରତାରଣାଜନିତ ଦୁଃଖଯନ୍ତ୍ରଣା ଭୋଗିବାକୁ ପଡିପାରେ।
ଉତ୍ତରାଷାଢା/ଧନୁ- ଉଚ୍ଚଆଶା, ଉନ୍ନତ ଚିନ୍ତା, କଠିନଶ୍ରମ ଓ ଦୂରଦର୍ଶିତା ଚଳିତବର୍ଷର ସୁଫଳଲାଭର ପୃଷ୍ଠଭୂମି ହୋଇପାରେ। ନୂଆ ନୂଆ କାମ କରିବାରେ, ଅର୍ଥ, ଜନ ଓ ମନୋବଳ ସାଙ୍ଗକୁ ବନ୍ଧୁମାନଙ୍କ ସାହାଯ୍ୟ ଓ ସମର୍ଥନ ଲକ୍ଷ୍ୟହାସଲରେ ସହାୟକ ହୋଇପାରିବ। ବ୍ୟବସାୟରୁ ଲାଭ, ବିବାଦର ଅବସାନ, ଧର୍ମ ଓ ସାଂସ୍କୃତିକ କାର୍ଯ୍ୟରେ ଅଗ୍ରଣୀ ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ। ତଥାପି ସାମୟିକ ଭାବରେ ଖଳଲୋକଙ୍କ କାନକୁହା କଥାରେ ପାରିବାରିକ ସମସ୍ୟା ଦେଖାଦେବ। ଦେହପୀଡା, ସ୍ତ୍ରୀଙ୍କ ସହ ମତଭେଦ, ବୟସ୍କବ୍ୟକ୍ତିଙ୍କ ଦେହାନ୍ତ, ପଡୋଶୀଙ୍କ କୁମନ୍ତ୍ରଣା ପରିସ୍ଥିତିକୁ ସଙ୍ଗିନ କରିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ପଳାୟନପନ୍ଥୀ ହୋଇପାରନ୍ତି। ଋଣପରିଶୋଧ, ପ୍ରଶାସନିକ ହଟଚମଟର ସମ୍ମୁଖୀନ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ।
ମକର
ଉତ୍ତରାଷାଢ଼ା/ମକର-ବର୍ଷସାରା ବିଭିନ୍ନ ପ୍ରକାରର ସମସ୍ୟା ଓ ସ୍ବାସ୍ଥ୍ୟହାନି ମଧ୍ୟରେ ବ୍ୟସ୍ତବିବ୍ରତ ହୋଇପାରନ୍ତି। ନୂତନ ଯୋଜନା ବର୍ଷର ଅନ୍ତିମ ଭାଗରେ କାର୍ଯ୍ୟକାରୀ ହୋଇପାରେ। କର୍ମଜଞ୍ଜାଳ ମଧ୍ୟରେ ବୁଡିରହି ଗୁରୁତ୍ୱପୂର୍ଣ୍ଣ କାମଗୁଡିକୁ ଭୁଲିଯିବେ। ଫଳତଃ ବନ୍ଧୁବାନ୍ଧବରେ ସୁସମ୍ପର୍କ ନଷ୍ଟ ହେବାର ଆଶଙ୍କା ଦେଖାଦେବ। ଅବଶ୍ୟ ପାରିବାରିକ ସ୍ଥିରତା, ଧର୍ମକାର୍ଯ୍ୟ, ତୀର୍ଥାଟନ, ବନ୍ଧୁସମାଗମ ଓ ଭ୍ରମଣାଦି ଯୋଗ ରହିଛି। ବ୍ୟବସାୟୀମାନେ ଅସ୍ଥିରତା ଓ ଆଶଙ୍କା ମଧ୍ୟରେ ଗତି କଲେ ବି ପରିଶ୍ରମ ତୁଳନାରେ ରୋଜଗାର କିଛି କମିବ ନାହିଁ। ବୌଦ୍ଧିକ ଦିଗରୁ ଲାଭବାନ ହେବେ। କଳା, ସାହିତ୍ୟ, ସାମ୍ବାଦିକତା, ନୂତନ ପ୍ରକଳ୍ପ, ନିର୍ମାଣାଦି କାମରେ ଅଗ୍ରଗତି ଘଟିବ।
ଶ୍ରବଣା/ମକର-ବିଭିନ୍ନ ପ୍ରକାର ସମସ୍ୟା, ଶାରୀରିକ ଅସୁସ୍ଥତା ସହିତ ମୂଲ୍ୟହୀନ କାର୍ଯ୍ୟରେ ବ୍ୟସ୍ତ ରହି ମନସ୍ତାପକୁ ନିମନ୍ତ୍ରଣ କରିପାରନ୍ତି। ବ୍ୟବସାୟିକ ଓ ପାରିବାରିକ ସ୍ଥିତି ମନ୍ଦ ହେବନି। ଦର୍ଶନୀୟ ସ୍ଥାନ ଭ୍ରମଣ, ମୂଲ୍ୟବାନ୍‌ ଦ୍ରବ୍ୟଲାଭ, ଭୋଗବିଳାସ ତଥା ମାଙ୍ଗଳିକ କାର୍ଯ୍ୟରେ ଖୁସି ରହିବେ। ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କାମ ବା ସଭାସମିତିରେ ପୁରସ୍କୃତ ହୋଇପାରନ୍ତି। ଜମିଜମା, ଯାନବାହନ, ଯାନ୍ତ୍ରିକ ଜିନିଷ , ଅଳଙ୍କାରାଦି କ୍ରୟ କରିବାର ଯୋଗ ରହିଛି।
ଧନିଷ୍ଠା/ମକର- ଧନାଧିପ ଶନିଙ୍କ ସ୍ନେହପୂର୍ଣ୍ଣ ଦୃଷ୍ଟି ଆପଣଙ୍କୁ ପ୍ରଚୁର ଅର୍ଥାଗମର ମାର୍ଗଦର୍ଶକ ସାଜିବେ। ପାରିବାରିକ ତଥା ସାମାଜିକ ସ୍ତରରେ ପରିସ୍ଥିତିର ମୁକାବିଲା ସକାଶେ ଅସୀମ ଧୈର୍ଯ୍ୟ, ସହନଶୀଳତା ପ୍ରଦାନ କରି ସମ୍ମାନଜନକ ସ୍ଥିତିରେ ରଖିପାରନ୍ତି। ଶିଳ୍ପ, ବାଣିଜ୍ୟ, ସଂଗଠନ, ସ୍ଥାୟୀ ଲୋକସମ୍ପର୍କ ସହ ଇଣ୍ଡଷ୍ଟ୍ରି, ନୂତନ କମ୍ପାନୀରେ ନିଯୁକ୍ତି ଅଫର, ସାଧୁସଙ୍ଗ, ତୀର୍ଥାଟନ ଓ ଆଧ୍ୟାମତ୍ିକ ପରିବେଶ ସୃଷ୍ଟିପାଇଁ ଖୋରାକ ଯୋଗଇବ। ପ୍ରକାଶନରେ ପ୍ରଚାର ପ୍ରସାର, ବହୁମୁଖୀ ପରିବହନ, ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିପାରେ। ପ୍ରଶାସନିକ ସ୍ତରରେ ସମନ୍ବୟ ଓ ସହମତିର ଅଭାବ ଓ ଅବହେଳାଜନିତ ସମସ୍ୟା ଦେଖାଦେଇପାରେ। ଗସ୍ତ କାର୍ଯ୍ୟକ୍ରମ ଲାଗି ରହିବ ଓ ତହିଁରୁ ଲାଭବାନ୍‌ ହେବେ। ନିମ୍ନବର୍ଗରୁ ସମ୍ମାନ ମିଳିବ। ଉଚ୍ଚକ୍ଷେତ୍ରରୁ ବେଳେବେଳେ ଅପମାନିତ ହୋଇପାରନ୍ତି। ପାରିବାରିକ ଦୂରତା ବା ବିଚ୍ଛିନ୍ନତା ହେତୁକ ସମସ୍ୟା ଘେର ମଧ୍ୟରେ ପଡି ଛଟପଟ ହୋଇପାରନ୍ତି।
କୁମ୍ଭ
ଧନିଷ୍ଠା/କୁମ୍ଭ- ଶାରୀରିକ ସୁସ୍ଥତା, ପ୍ରଖର ଇଚ୍ଛାଶକ୍ତି ଓ ଅର୍ଥର ପ୍ରାଚୁର୍ଯ୍ୟ ରହିବ। ସୁନ୍ଦର ଗୃହ, ଯାନବାହନ, ଜମିଜମା, ନୂତନବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ। ନୂତନ ନିଯୁକ୍ତି, ଉଚ୍ଚପଦପଦବୀ,  ପୁରସ୍କାର, ଉପଢୌକନାଦି ପ୍ରାପ୍ତିର ସୁଯୋଗ ଅଛି। କିନ୍ତୁ ଅନ୍ୟମାନଙ୍କ କୁମନ୍ତ୍ରଣାରେ ପ୍ରଭାବିତ ହୋଇ ପାରିବାରିକ ଅଶାନ୍ତିର କେନ୍ଦ୍ରବିନ୍ଦୁ ସାଜିପାରନ୍ତି। ଗାଡିମୋଟର ଦୁର୍ଘଟଣା, ଲୋକସମ୍ପର୍କ ହ୍ରାସ, କର୍ମକ୍ଷେତ୍ରରେ ଶତ୍ରୁତା, ରାଜଦଣ୍ଡରେ ଅର୍ଥହାନି ପ୍ରଭୃତିର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ରାଜନୀତି କ୍ଷେତ୍ରରେ ଉଠାପକା ସ୍ଥିତି ଲାଗିରହିବ। କଳା, କାରିଗରି, ବାଣିଜ୍ୟ, ବ୍ୟବସାୟ, ଆଇନ ଅଦାଲତ କ୍ଷେତ୍ରରେ ମିଶ୍ରିତଫଳ ପାଇବେ।
ଶତଭିଷା/କୁମ୍ଭ- ଆର୍ଥିକ ସ୍ଥିତିରେ ଉନ୍ନତି, ଆରୋଗ୍ୟ ଲାଭ ଓ ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଓ ପ୍ରଶଂସା ମଧ୍ୟରେ ବର୍ଷଟି ଅତିବାହିତ ହେବ। କଠିନ ପରିଶ୍ରମ, ସ୍ଥାନାନ୍ତର, ଦୁଶ୍ଚିନ୍ତା ଓ ନିଦ୍ରାହୀନତାଜନିତ ସ୍ବାସ୍ଥ୍ୟହାନି ଘଟିପାରେ। ଉଦ୍‌ଯୋଗ ଭଙ୍ଗ, ସ୍ଥାନତ୍ୟାଗ ଓ ଯୋଜନା ପରିବର୍ତ୍ତନ କରି ଅସୁଖୀ ରହିପାରନ୍ତିି। ତଥାପି ନିର୍ମାଣ ବା ଉନ୍ନତିମୂଳକ କାର୍ଯ୍ୟରେ ଦୁଃସାହସିକ ପଦକ୍ଷେପ ଗ୍ରହଣ କରିବେ। ଚାଷୋପଯୋଗୀ ଭୂମି ବା ଗୃହନବୀକରଣ, ମାଙ୍ଗଳିକ କାର୍ଯ୍ୟ ପାଇଁ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ମିଳିପାରିବ। ପରିବାରରେ ବୁଝାମଣା ଭଲ ରହିବ, ପରସ୍ପର ପ୍ରତି ସହଯୋଗ ସନ୍ତୋଷଜନକ ହୋଇପାରେ। ଆମୋଦ ପ୍ରମୋଦର ସୁଯୋଗ ପାଇବେ।
ପୂର୍ବଭାଦ୍ର/କୁମ୍ଭ- ସାମଜିକ ସମ୍ମାନ, ଆର୍ଥିକ ସ୍ବଚ୍ଛଳତା ଓ ସମସ୍ୟା ସମାଧାନ ଦିଗରେ ନୂତନବର୍ଷଟି ଏକ ମାଇଲ୍‌ଖୁଣ୍ଟ ସଦୃଶ ହେବ। ନୂତନ ବାଣିଜ୍ୟାରମ୍ଭ, ବ୍ୟବସାୟରେ ଉନ୍ନତି ଅଥବା ନୂତନ ଯୋଜନାକୁ କାର୍ଯ୍ୟରୂପ ଦେବାପାଇଁ ମନସ୍ଥ କରିପାରନ୍ତି। ବନ୍ଧୁସମ୍ପର୍କ, ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ସାମୟିକ ମତାନ୍ତର, ଝଗଡାର ଆଶଙ୍କା ରହିଛି। କର୍ମକ୍ଷେତ୍ର ସମସ୍ୟାବହୁଳ ରହିବା ସହ ମାନସିକ ଅଶାନ୍ତି, କାର୍ଯ୍ୟରେ ବିଳମ୍ବ, ଭୟ ଓ ଆଶଙ୍କାଗ୍ରସ୍ତ ହୋଇପାରନ୍ତି। ସ୍ବାସ୍ଥ୍ୟ ନିୟନ୍ତ୍ରିତ ରହିବା ସହ ରଚନାମତ୍କ କାର୍ଯ୍ୟ, ସାଂଗଠନିକ କାର୍ଯ୍ୟ, ସଭାସମିତିରେ ସମ୍ମାନିତ ହେବେ। ଭୁଲ୍‌ ବୁଝାମଣା, ସନ୍ତାନଙ୍କ ପାଇଁ ଦୁଶ୍ଚିନ୍ତା, ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି।
ମୀନ
ପୂର୍ବଭାଦ୍ର/ମୀନ- ବର୍ଷାରମ୍ଭରୁ ଶୁଭକାର୍ଯ୍ୟ ସମ୍ପାଦନ, ବନ୍ଧୁସମାଗମ, ଉତ୍ସବାନୁଷ୍ଠାନ, ଯାନବାହନରେ ସଂସ୍କାର ଆଣିବା ସହିତ ଭ୍ରମଣର ସୁଯୋଗ ପାଇପାରନ୍ତି। କାର୍ଯ୍ୟସାଧନରେ ବିଳମ୍ବ, ନୀଚଜନ ସହ ବିବାଦ, ପାରିବାରିକ ଅଶାନ୍ତି ଦେଖାଦେଇପାରେ। ପଡୋଶୀମାନଙ୍କ ସହ ସୁସମ୍ପର୍କ ରହି ନ ପାରେ। ବ୍ୟବସାୟୀମାନଙ୍କ ସକାଶେ ବର୍ଷଟି ମନ୍ଦ ହେବନାହିଁ। ଶିଳ୍ପ କ୍ଷେତ୍ରରେ ଉପତ୍ାଦନ ସୀମିତ ରହିବ। ସଂଘର୍ଷ ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ରାଜନୀତି, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ଅସ୍ଥିର ରହିବ। ବନ୍ଧୁମାନେ ଅସହଯୋଗ କରିପାରନ୍ତି।
ଉତ୍ତରଭାଦ୍ର/ମୀନ- ଗତବର୍ଷର ଅଧୁରା କାମ, ନିର୍ମାଣାଧୀନ ଗୃହ, ଚାରିଚକିଆ ଯାନ, ନୂଆ ଯୋଜନାର କାମକୁ ପୂର୍ଣ୍ଣାଙ୍ଗ କରିବା ସକାଶେ ମାର୍ଗ ଉନ୍ମୁକ୍ତ ହୋଇଯିବ। ଈର୍ଷାପରାୟଣ ଖଳବ୍ୟକ୍ତିମାନେ ଶତ୍ରୁତା କଲେ ମଧ୍ୟ କ୍ଷତି ଘଟାଇ ପାରିବେ ନାହିଁ। ବନ୍ଧୁ ସହଯୋଗ ଦ୍ୱାରା କଠିନ କର୍ମସମ୍ପନ୍ନ କରି ପ୍ରଶଂସା ଅର୍ଜନ କରିବେ। ବିବାଦୀୟ ଘଟଣା କିମ୍ବା କଚେରି ମାମଲାରେ ଜୟଲାଭ କରିବେ। କର୍ମକ୍ଷେତ୍ରରେ ଶନି ଆପଣଙ୍କୁ ଯଶସମ୍ମାନରେ ବିଭୂଷିତ କରାଇବେ। ସାମୟିକ ଭାବରେ ପରିବାରରେ ସ୍ତ୍ରୀ ଓ ସନ୍ତାନ ପୀଡା ଦେଖାଦେବ।
ରେବତୀ/ମୀନ- ଘାତ ପ୍ରତିଘାତ ଓ ବହୁବିଧ ସମସ୍ୟା ମଧ୍ୟରେ ଜୀବନଯାତ୍ରା ଅବ୍ୟାହତ ରଖିପାରିବେ। ସନ୍ତାନବର୍ଗଙ୍କ ବିଶୃଙ୍ଖଳା, ଶିକ୍ଷା, ପରୀକ୍ଷାରେ ବିଫଳତା, ଲେଖାପଢାରେ ସମସ୍ୟା ଫଳରେ ମାନସିକ ସନ୍ତୁଳନ ହରାଇପାରନ୍ତି। ଗୃହସୀମା, ଜମିଜମା, କଚେରି ମାମଲା ଓ ଶତ୍ରୁତା ସାଙ୍ଗକୁ କରଜଦାତାଙ୍କ ଚାପ ଦୁର୍ବିଷହ ହୋଇପଡିବ। ଦୁଃଖସୁଖର ଉଠାଣିଗଡାଣି ମଧ୍ୟରେ ମଧ୍ୟଭାଗରୁ ଧୀରେ ଧୀରେ ଉନ୍ନତିର ଶିଡି ଆରୋହଣ କରିପାରିବେ। ନୂତନ କର୍ମ ସଂସ୍ଥାନ, ଯାନ୍ତ୍ରିକ ଜିନିଷ କ୍ରୟ, ସାହିତ୍ୟ, ସାମ୍ବାଦିକତା, କ୍ରୀଡା, ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ଶୁଭକାର୍ଯ୍ୟ ସମ୍ପାଦନ, ମୂଲ୍ୟବାନ୍‌ ଦ୍ରବ୍ୟଲାଭ ସାଙ୍ଗକୁ ତୀର୍ଥାଟନର ସୁଯୋଗ ପାଇବେ।
Loading...

Join The Discussion

Loading...