Astrology

୨୦୧୯ରେ ଏହି ସବୁ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

  •  
  • 6
  •  
  •  
  •  
  •  
  •  
    6
    Shares

ଆଉ ଦିନ କେଇଟା ପରେ ଶେଷ ହେବ ୨୦୧୮ । ଏହାପରେ ଆସିବ ନୂଆବର୍ଷ । ସାରା ଦୁନିଆରେ ନୂଆବର୍ଷ ୨୦୧୯କୁ ସ୍ବାଗତ କରିବା ପାଇଁ ଜୋର୍‌ଦାର ଆରମ୍ଭ ହୋଇଛି ପ୍ରସ୍ତୁତି।  ପୁରୁଣା ବର୍ଷ କାହାପାଇଁ ଖୁସିରେ ଖୁସିରେ ବିଦାୟ ନେବାକୁ ଯାଉଥିବା ବେଳେ କାହାପାଇଁ ସମସ୍ୟାବହୁଳ ସାବ୍ୟସ୍ତ ହୋଇଛି । ତେବେ ଶାସ୍ତ୍ରରେ ଉଲ୍ଲେଖ ଅଛି, ଗତସ୍ୟ ସୋଚନା ନାସ୍ତି। ତେଣୁ ପୁରୁଣା ବର୍ଷରେ ଯାହା ହେଲା ସେ ବିଷୟରେ ଚିନ୍ତା ନ କରି ନୂଆ ବର୍ଷ ବିଷୟରେ ଚିନ୍ତା କରିବା ବୁଦ୍ଧିମାନର କାମ । ଏହି ପରିପ୍ରେକ୍ଷୀରେ ୨୦୧୯ କେଉଁ କେଉଁ ରାଶି ପାଇଁ ଶୁଭ ଫଳ ଆଣିଦେବ ସେ ବିଷୟରେ ଆସନ୍ତୁ ଜାଣିବା…

ବୃଷ: ପୁରୁଣା ବର୍ଷରେ ନିଜ ଲାଇଫ୍‌କୁ ନେଇ ବୋର୍‌ ହୋଇଯାଇଥିବା ବୃଷ ରାଶି ବ୍ୟକ୍ତିଙ୍କ ଜୀବନରେ ଅଚାନକ ଆଶ୍ଚର୍ଯ୍ୟ ଘଟଣା ଘଟିବ। ୨୦୧୯ରେ ବୃଷ ରାଶି ବ୍ୟକ୍ତିଙ୍କ ଇଚ୍ଛା ପୁରଣ ହେବ । ୨୦୧୯ ବୃଷ ରାଶିଙ୍କ ପାଇଁ ଅନେକ ନୂଆ ଘଟଣା ନେଇ ଆସୁଛି । ନୂଆବର୍ଷରେ ସେମାନେ ନିଜ ବ୍ୟକ୍ତିତ୍ୱ ବିଷୟରେ ଏକ ଅଜଣା କଥା ଜାଣିପାରିବେ । ଆତ୍ମବିଶ୍ୱାସ ଓ ସାହାସିକ ବ୍ୟକ୍ତିତ୍ୱ ଯୋଗୁ ସେମାନେ ପ୍ରଶଂସା ସାଉଁଟିବେ। ପ୍ରେମକ୍ଷେତ୍ରରେ ୨୦୧୯ ସେମାନଙ୍କ ପାଇଁ ଲକି ସାବ୍ୟସ୍ତ ହେବ । ଆତ୍ମ ବିଶ୍ୱାସ ସେମାନଙ୍କୁ ନୂଆବର୍ଷରେ ସଫଳତାର ଶୀର୍ଷରେ ପହଞ୍ଚାଇବ ।
ସିଂହ: ଏହି ରାଶିର ଲୋକଙ୍କ ପାଇଁ ୨୦୧୯ରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିବ। ପ୍ରେମରେ ସଫଳତା ସେମାନଙ୍କ ଜୀବନରେ ନୂଆ ରଙ୍ଗ ଭରିଦେବ । ଏହି ବର୍ଷ ନିଜ ସ୍ବପ୍ନ ପୁରଣ ପାଇଁ ସିଂହ ରାଶି ବ୍ୟକ୍ତି ନେବେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କର୍ମକ୍ଷେତ୍ରରେ ୨୦୧୯ରେ ସିଂହ ରାଶି ବ୍ୟକ୍ତିଙ୍କୁ ମିଳିବ ପ୍ରମୋଶନ। ନୂଆବଷ ସିଂହ ରାଶି ବ୍ୟକ୍ତିଙ୍କୁ ମିଳିବ ନିଜ ମନପସନ୍ଦର ଜୀବନସାଥୀ।

Loading...

କନ୍ୟା: ଏହି ରାଶିର ଲୋକମାନେ ସ୍ବଭାବରେ ଲଜ୍ଜାଶୀଳ ହୋଇଥାନ୍ତି । ତେବେ ୨୦୧୯ରେ ନିଜ ସୀମିତ କାର୍ଯ୍ୟଧାରା ମଧ୍ୟରୁ ବାହାରି ସେମାନେ ନିଜକୁ ପ୍ରମାଣିତ କରିବାକୁ ସକ୍ଷମ ହେବେ ।୨୦୧୯ କନ୍ୟା ରାଶି ବ୍ୟକ୍ତିଙ୍କୁ ନିଜ କ୍ୟାରିୟର ଆରମ୍ଭ କରିବାର ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଦେବ। ପ୍ରେମ କ୍ଷେତ୍ରରେ କନ୍ୟା ରାଶି ବ୍ୟକ୍ତିଙ୍କୁ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡିଲେ ମଧ୍ୟ ଖୁବ୍‌ ଶୀଘ୍ର ଏହାର ସମାଧାନ ହେବ।
ମକର: ମକର ରାଶିର ବ୍ୟକ୍ତିଙ୍କ ପାଇଁ ୨୦୧୯ ବହୁତ ଶୁଭଦାୟକ ସାବ୍ୟସ୍ତ ହେବା ସହିତ ହେବ ସୌଭାଗ୍ୟଶାଳୀ । ପ୍ରେମ ଓ ପ୍ରଫେଶନରେ ନୂଆବର୍ଷ ଏହି ରାଶି ବ୍ୟକ୍ତିଙ୍କ ପାଇଁ ବେଶ୍‌ ଶୁଭ ସାବ୍ୟସ୍ତ ହେବ । ଏହି ବର୍ଷ ମକର ରାଶି ବ୍ୟକ୍ତିଙ୍କ ଜୀବନରେ କେତେକ ନୂତନ ଅନୁଭୂତି ଆସିବ ।
ମୀନ: ୨୦୧୯ ମୀନ ରାଶି ବ୍ୟକ୍ତିଙ୍କ ପାଇଁ ନୂଆ ପ୍ରୋଜେକ୍ଟ ଆରମ୍ଭର ଅବସର ଦେବ। ଏଥିରେ ସେମାନଙ୍କୁ ସଫଳତା ନିଶ୍ଚୟ ମିଳିବ । ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ମୀନ ରାଶି ବ୍ୟକ୍ତି ୨୦୧୯ରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବେ। ପ୍ରେମରେ ମୀନ ରାଶି ବ୍ୟକ୍ତିଙ୍କୁ ମିଳିବ ସଫଳତା। ବର୍ଷ ଶେଷ ସୁଦ୍ଧା ଏହା ବିବାହରେ ପରିଣତ ହେବାର ସମ୍ଭାବନା ରହିଛି

  •  
    6
    Shares
  •  
  • 6
  •  
  •  
  •  
  •  
Loading...

Join The Discussion

Loading...