Home ଜୀବନଚର୍ଯ୍ୟା ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦିଏ ଏହି ୫ଟି ତେଲ

ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦିଏ ଏହି ୫ଟି ତେଲ

ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ଏହି କଷ୍ଟ ମହିଳାମାନଙ୍କ ପାଇଁ କୌଣସି ଅଭିଶାପରୁ କମ୍ ନୁହେଁ। ଜଣ ଜଣଙ୍କୁ ଏହି ସମୟରେ ଏତେ କଷ୍ଟ ହୋଇଥାଏ ଯେ, ସେମାନେ ପେନ୍ କିଲର୍ ଖାଇ ଦିଅନ୍ତି। ଏହା ସେ ସମୟରେ ଆରାମ ତ ଦେଇଥାଏ, କିନ୍ତୁ ଏହା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ। ତେଣୁ ଆଜି ଆମେ କିଛି ତେଲ ବିଷୟରେ କହିବୁ ଯାହା ଏହି ସମୟରେ ଅନେକ ମାତ୍ରାରେ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଆଉ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ବି ନଥାଏ।

୧) ଲାଭେଣ୍ଡର ‌ଅଏଲ୍‌- ଏହାର ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ପିରିୟଡ ସମୟରେ ହେଉଥିବା କଷ୍ଟର ମାତ୍ରା କମ୍ କରିବାରେ ସାହାଯ୍ୟ କରେ। ଏହି ତେଲରୁ ଦୁଇ ତିନି ଡ୍ରପ୍‌ ତଳିପେଟରେ ମାଲିସ୍‌ କଲେ ଯନ୍ତ୍ରଣା କମ୍‌ ହୋଇଯାଏ।

୨) ସେବତୀ ତେଲ- କାହିଁ କେଉଁ କାଳରୁ ଏହି ତେଲକୁ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଇ ଆସୁଛି। ଏହା ପିରିୟଡ୍‌ ସମୟରେ ହେଉଥିବା ହେଉଥିବା ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ। ଏହାର ମଧ୍ୟ ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ରହିଛି। ଏହି ତେଲର କିଛି ବୁନ୍ଦା ପାଣିରେ ପକାଇ ଏଥିରେ ନିଜ ଗୋଡ଼କୁ କିଛି ସମୟ ବୁଡ଼ାଇ ରଖନ୍ତୁ। ବିଶେଷ କରି ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହି ଉପାୟଟି ଇଜିପ୍ଟରେ ଅଧିକ ବ୍ୟବହାର କରାଯାଏ।

୩) ଡାଲଚିନି ତେଲ- ଏହି ତେଲ ମଧ୍ୟ ଏହି ସମୟର ପେଟ ଯନ୍ତ୍ରଣା ଦୂର କରିବାରେ ବେଶ୍‌ ଭଲ କାମ କରେ।  ପାପୁଲିରେ ଏହି ତେଲରୁ ୨-୩ ବୁନ୍ଦା ପକାଇ ଟିକେ ରଗଡ଼ି ତଳିପେଟରେ ମାଲିସ୍‌ କଲେ ବେଶ୍ ଆରାମ ଲାଗିଥାଏ। କିଛି ସମୟ ମଧ୍ୟରେ ଏହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

୪) ଲବଙ୍ଗ ତେଲ- ଲବଙ୍ଗ ତେଲ ଏହି ସମୟରେ ସବୁଠୁ ଅଧିକ କାମ ଦେଇଥାଏ। ଏହାର ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ଖୁବ୍‌ ଶୀଘ୍ର ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏଥି ସହ ଏହା ଅତ୍ୟଧିକ ଋତୁସ୍ରାବକୁ ମଧ୍ୟ କମ୍‌ କରିଥାଏ।

୫) ପୁଦିନା ତେଲ- ଏହାକୁ ପେପର୍‌ମିଣ୍ଟ ତେଲ କୁହାଯାଏ। ଏହା ଥଣ୍ଡା, କାଶ ଓ ଜର ସମୟରେ ଭଲ କାମ କରିଥାଏ। ଏଥିସହ ଏହା ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ।

ରାଜ୍ୟର ଖବର

ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିପ।ରିବେନି ଭକ୍ତ

ମେଟ୍ରୋ ଟିଭି ବ୍ୟୁରୋ :ଆସନ୍ତା ୨୭ ତାରିଖରେ ଜଗତରନାଥ ଜଗନ୍ନାଥଙ୍କର ବହୁ ପ୍ରତିକ୍ଷିତ ନାଗାର୍ଜୁନ ବେଶ ପ୍ରତିଷ୍ଠିତ ହେବ । ଭିତର କାଠ ନିକଟରେ ହେବାକୁ ଥିବା ଏହି ଦୁର୍ଲଭ ନାଗାର୍ଜୁନ ବେଶକୁ...

ନକଲି ଓ ଅସଲି ସାମ୍ବାଦିକ ଚାନ୍ଦା ମାଗି ପୋଲିସ ଜାଲରେ ; ଓଡିଶାରେ ହଇଚଇ

ମେଟ୍ରୋ ଟିଭି ବ୍ୟୁରୋ : ନକଲି ସାମ୍ବାଦିକଙ୍କ ପରେ ଖୋଲିଲା ଅସଲି ସାମ୍ବାଦିକଙ୍କ ଗୁମର । ନକଲି ପରେ ପୁଣି ୩ ଜଣ ଅସଲି ସାମ୍ବାଦିକ, ବଟି ମାଗି ଗିରଫ ହୋଇଥିବା ଜଣାପଡିଛି...

ଚାନ୍ଦିରେ ଚମକିବ ଶ୍ରୀମନ୍ଦିର ଦ୍ୱାର

ମେଟ୍ରୋ ଟିଭି ବ୍ୟୁରୋ : ରୁପା ଛାଉଣୀରେ ଝଟକିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ସାତପାହାଚ ଦ୍ୱାର, ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟବିଜୟ ଦ୍ୱାର ସହିତ ଶ୍ଚିମ ଭୋଗ ମଣ୍ଡ,...

ଦେଶ-ବିଦେଶ

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ; ଇଭିଏମରେ ବହୁନେତାଙ୍କ ଭାଗ୍ୟ

ମେଟ୍ରୋ ଟିଭି ବ୍ୟୁରୋ : କୋଭିଡ୍ ଘନଘଟା ଓ କାଁଭାଁ ଗଣ୍ଡଗୋଳ ମଧ୍ୟରେ ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନ । ମୋଟ୍ ୨୪୩ ଆସନ ମଧ୍ୟରୁ ଆଜି ୭୧ ଆସନରେ ଭୋଟ୍‌ଗ୍ରହଣ...

ଜାମ୍ମୁ-କାଶ୍ମରୀ,ଲଦାଖରେ ଜମି କିଣି ପାରିବେ ପ୍ରତି ଭାରତୀୟ

ମେଟ୍ରୋ ଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀର ପୁର୍ନଗଠନର ପରେ ଏଣିକି ଦେଶର ଯେକୈାଣସି ଭାରତୀୟ ନାଗରିକ ଦୁଇ କେନ୍ଦ୍ରଶାସିତ ଅଚଂଳ ଜାମ୍ମୁ-କାଶ୍ମିରୀ ଓ ଲଦାଖରେ ଜମି କିଣିପାରିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ...

ନଭେମ୍ବର ୩୦ ଯାଏଁ ଅନଲକ ୬.୦ ; ଗାଇଡଲାଇନ ଜାରି କଲେ କେନ୍ଦ୍ରସରକାର

ମେଟ୍ରୋ ଟିଭି ବ୍ୟୁରୋ : ନଭେମ୍ବର ୩୦ ଯାଏଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ଅନଲକ ୬.୦ର ଗାଇଡ ଲାଇନ୍ ଜାରି କଲେ କେନ୍ଦ୍ର ସରକାର । କରୋନା ସଂକ୍ରମଣ ଯୋଗୁଁ ଚିହ୍ନଟ...