Home ଜୀବନଚର୍ଯ୍ୟା ଏହି ବୟସରେ ଜାତ ହୁଏ ରୋମଣ୍ଟିକ୍ ଭାବନା

ଏହି ବୟସରେ ଜାତ ହୁଏ ରୋମଣ୍ଟିକ୍ ଭାବନା

ମଣିଷର ଚାରିଟି ଅବସ୍ଥା ଶୈଶବ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟ ମଧ୍ୟରୁ ଯୌବନାବସ୍ଥାକୁ ବହୁ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ବୋଲି ଧରାଯାଏ। ଏହି ସମୟରେ ମଣିଷର ଶାରୀରିକ ଓ ମାନସିକସ୍ତରରେ ଆସିଥାଏ ସର୍ବାଧିକ ପରିବର୍ତ୍ତନ। ଶିଶୁଟିଏ ଯେତେବେଳେ ଯୌବନାବସ୍ଥାରେ ପାଦ ଦିଏ, ତା’ର ଚପଳତା ଆହୁରି ବଢ଼ିଯିବା ସହ ବିଭିନ୍ନ ପ୍ରକାରର ଗୁଣ  ତା’ଠାରେ ବିକଶିତ ହେବା ଆରମ୍ଭ କରେ। ସେ ନିଜକୁ ଆଗ ଅପେକ୍ଷା ଅଧିକ ସ୍ବାଧୀନ ମନେକରେ। ତେଣୁ ପ୍ରତ୍ୟେକ କଥାରେ ମୁଣ୍ଡ ପୂରାଏ, ଯାହା ବାପାମା’ ଓ ଅଭିଭାବକଙ୍କ ପାଇଁ ଅନେକ ସମୟରେ ଅସମ୍ଭାଳ ମନେହୋଇଥାଏ। ଏପରି କାହିଁକି ହୁଏ ଏହାର କାରଣ ଗବେଷକମାନେ ଜାଣିପାରିଛନ୍ତି। କାନାଡ଼ାର ହାମିଲଟନ୍‌ ବିଶ୍ୱବିଦ୍ୟାଳୟର କେତେକ ଗବେଷକ ଏନେଇ ପ୍ରସ୍ତୁତ କରିଛନ୍ତି ଏକ ଗବେଷଣା ରିପୋର୍ଟ । ରିପୋର୍ଟରେ ଦର୍ଶାଯାଇଛି ଯେ, ବୟସ୍କ ହେବାପରେ ମଣିଷ ଭିତରେ ଯେଉଁ ବ୍ୟବହାରଗତ ସମସ୍ୟା ବା ମାନସିକ ରୋଗ ଦେଖାଯାଏ, ତାହାର ସମ୍ପର୍କ ଯୌବନାବସ୍ଥା ସହିତ ରହିଥାଏ। ମସ୍ତିଷ୍କର କେତୋଟି ଅଂଶରେ ସବୁବେଳେ ନୂତନ କୋଷିକା ସୃଷ୍ଟି ହେଉଥାନ୍ତ, ଯାହାକୁ ’ନ୍ୟୁରୋଜେନେସିସ୍‌’ କୁହାଯାଏ। ଏହି ପ୍ରକ୍ରିୟା ଦ୍ୱାରା ଶୈଶବ ଓ କୈଶୋର ଅବସ୍ଥାରେ ଦ୍ରୁତ ବିକାଶ ଦୃଷ୍ଟିଗୋଚର ହୋଇଥାଏ। ଏହାର ପରିପ୍ରକାଶ ଯୌବନାବସ୍ଥାରେ ହୋଇଥାଏ। ଯଦି ଯୌବନାବସ୍ଥାରେ ମସ୍ତିଷ୍କର କୌଣସି ଭାଗରେ ନ୍ୟୁରୋଜେନେସିସ୍‌ ସୃଷ୍ଟିର ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ ବା ବନ୍ଦ ହୋଇଯାଏ, ତେବେ ଅସ୍ବାଭାବିକ ଲକ୍ଷଣ ପ୍ରକାଶ ପାଏ। ମଣିଷ ଜୀବନର ୧୪ରୁ ୨୧ ବର୍ଷ ବୟସ ମଧ୍ୟରେ ଶରୀରରେ ଆସିଥାଏ ବିଶେଷ ପରିବର୍ତ୍ତନ । ଏହି ସମୟ ମଧ୍ୟରେ ହିଁ ଯୌନ ହରମୋନ କ୍ଷରଣ ହେବା ଯୋଗୁ ବୟସ୍କ ହେବାର ପ୍ରକ୍ରିୟା ଆରମ୍ଭ ହୁଏ। ସ୍ବଭାବରେ ବ୍ୟବହାରଗତ ପରିବର୍ତ୍ତନ ଆସିବା ପାଇଁ କେତେକ ହରମୋନ ଦାୟୀ। ଏସବୁ ପରିବର୍ତ୍ତନ ଶୈଶବାବସ୍ଥା ପାରି ହେବା ପରେ ପରେ ଏବଂ ଯୌବନାବସ୍ଥା ଆସିବା ପୂର୍ବରୁ ଶରୀରରେ ହରମୋନର ବିଭିନ୍ନ ଅସ୍ଥିରତା ଯୋଗୁ ହିଁ ଘଟିଥାଏ। ତେଣୁ ଏହାର ପ୍ରଭାବରେ ଯୌବନାବସ୍ଥାରେ ମନରେ  ଅଧିକ କ୍ରୋଧ ଜାତ ହୋଇଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ସହିତ ମନରେ ରୋମାଣ୍ଟିକ୍‌ ଭାବନା ମଧ୍ୟ ସୃଷ୍ଟି ହୋଇଥାଏ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...