Home ଜୀବନଚର୍ଯ୍ୟା ଖାଇବାର କେତେ ସମୟ ପରେ ଶୋଇବା ଉଚିତ ?

ଖାଇବାର କେତେ ସମୟ ପରେ ଶୋଇବା ଉଚିତ ?

କେତେକ ଲୋକ ରାତିରେ ଡ଼ିନର୍‌ କରିବା ପରେ ସଙ୍ଗେ ସଙ୍ଗେ ଶୋଇବାକୁ ଚାଲି ଯାଆନ୍ତି। ଏହା ସେମାନଙ୍କର ନିୟମିତ ଅଭ୍ୟାସ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ଏକ ଭଲ ଅଭ୍ୟାସ ନୁହେଁ। ଏହା କ୍ଷତିକାରକ। ଆସନ୍ତୁ ଜାଣିବା ଏଭଳି କରିଲେ,ଆମର କି କି କ୍ଷତି ହୋଇଥାଏ।ପ୍ରଥମତଃ ରାତ୍ରିଭୋଜନ ପରେ ତତ୍‌କ୍ଷଣାତ୍‌ ଶୋଇଲେ ଶରୀରର ଅତିରିକ୍ତ ଓଜନ ବଢ଼ିଥାଏ। ପେଟରେ ଚର୍ବି ବଢ଼ିବା ସହିତ ବଦହଜମିର ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଚିକିତ୍ସକମାନଙ୍କ ମତ ଅନୁଯାୟୀ, ଭୋଜନରୁ ଶୟନ ମଧ୍ୟରେ ଅତିକମ୍‌ରେ ଦୁଇ ଘଣ୍ଟାର ବ୍ୟବଧାନ ରହିବା ଆବଶ୍ୟକ। ଭୋଜନର ଦଶ ମିନିଟ୍‌ ପରେ ଅତିକମ୍‌ରେ ୧୦ରୁ ୧୫ ମିନିଟ୍‌ ଯାଏଁ ଚାଲିବା ଜରୁରୀ। ଖାଇସାରିବା ପରେ ପରେ ମଧ୍ୟ ତୁରନ୍ତ ଖଟରେ ଗଡ଼ିବା ଠିକ୍‌ ନୁହେଁ। ଖାଇବାପରେ କିଛି ସମୟ ବସନ୍ତୁ, ପୁଣି ତା’ ପରେ ଚାଲନ୍ତୁ। ପ୍ରକୃତରେ ରାତିରେ ଶରୀରର ମେଟାବଲିକ୍‌ ରେଟ୍‌ ଧିମା ହୋଇ ଯାଇଥାଏ।ଏହାଦ୍ୱାରା ଭୋଜନକୁ ହଜମ କରିବାପାଇଁ ଅଧିକ ସମୟ ଲାଗିଥାଏ। ଏଣୁ ରାତ୍ରି ଭୋଜନରେ ଉଚ୍ଚ କ୍ୟାଲୋରି,ଫ୍ୟାଟ୍‌ ଓ ମସଲାଯୁକ୍ତ ସେବନ ନ କରିବା ଆବଶ୍ୟକ। ପ୍ରଚୁର ମାତ୍ରାରେ ଭୋଜନ କରିଲେ ଗ୍ୟାସ୍‌ଷ୍ଟ୍ରାଇଟିସ୍‌ ଓ ହାର୍ଟବର୍ଣ୍ଣ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ। ଏଣୁ ରାତିିରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ। ଖାଲି ସେତିକି ନୁହେଁ ଶୋଇବାର ଦୁଇ-ତିନି ଘଣ୍ଟା ଆଗରୁ ମଧ୍ୟ କଫି ପିଇବା ଉଚିତ୍‌ ନୁହେଁ।ହଁ ରାତିରେ ଶୋଇବା ଆଗରୁ ଦୁଧ ପିଇବା ଉଚିତ।ଏହା ଭଲ ନିଦ ଆଣିବାରେ ସହାୟକ ହୋଇଥାଏ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...